www.samajalive.in
Friday, December 5, 2025
26.1 C
Bhubaneswar

ଅଗ୍ନିକାଣ୍ଡ ଓ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ

ଧାମନଗର: ଧାମନଗର ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ବରଗଡିଆ ଗ୍ରାମରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଶରତ ଚନ୍ଦ୍ର ପ୍ରଧାନଙ୍କ ୫ବଖରା ଘର, ଦୁଇଟି ବାଇକ, ଚାଉଳ ବସ୍ତା, ଘରର ଆସବାବ ପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଗାଁକୁ ରାସ୍ତା ନଥିବାରୁ ନିଆଁ ଲିଭାଇବା ପାଇଁ ଧାମନଗରରୁ ଦମକଳ ଗାଡି ଆସି ଫେରି ଯାଇଥିଲା। ପରେ ଭଣ୍ଡାରିପୋଖରୀ ବ୍ଲକରୁ ଏକ ଛୋଟ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ସବୁ କିଛି ପୋଡି ପାଉଁଶ ହୋଇ ଯାଇଥିଲା। ଦୁଇ ବର୍ଷ ହେଲା ବରଗଡିଆ ଗ୍ରାମ ସହରାଞ୍ଚଳର ମାନ୍ୟତା ପାଇଛି। କିନ୍ତୁ ଗାଁକୁ ସବୁ ଦିନିଆ ରାସ୍ତା ନଥିବାରୁ ଓ ଅଣଓସାରିଆ ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଅଗ୍ନିକାଣ୍ଡ ଘଟିଲେ ଦମକଳ ଗାଡି ଯାଇପାରୁ ନଥିବା ଗ୍ରାମ ଲୋକ ଅଭିଯୋଗ କରିଛନ୍ତି। ଏଥିପାଇଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମକୁ ସବୁଦିନିଆ ରାସ୍ତା ତିଆରି ପାଇଁ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଗୁହାରି କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଉ ନଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ପ୍ରତିବାଦ କରି ଏବଂ ଗ୍ରାମ୍ୟ ରାସ୍ତା ନିର୍ମାଣ ଦାବିରେ ମହିଳା ଓ ଛାତ୍ରଛାତ୍ରୀମାନେ ଭଦ୍ରକ-ଧାମନଗର ରାସ୍ତାରେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି। ଏହାଦ୍ୱାରା ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଯାନବାହାନ ଅଟକି ରହିଛନ୍ତି। ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories