www.samajalive.in
Sunday, December 14, 2025
26.1 C
Bhubaneswar

ଆକ୍ସନ ମୋଡରେ ସରକାର; କାହିଁକି ଲାଗୁଛି ବୈଦ୍ୟୁତିକ ଯାନରେ ନିଆଁ ?  

ନୂଆଦିଲ୍ଲୀ: ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଗ୍ରାହକ ଏବେ ବୈଦ୍ୟୁତିକ ଯାନ ଆଡ଼କୁ ଆକର୍ଶିତ ହେଉଛନ୍ତି । ବିଭିନ୍ନ ନାମିଦାମୀ କମ୍ପାନୀ ମଧ୍ୟ ବୈଦ୍ୟୁତିକ ଯାନ ପ୍ରସ୍ତୁତ କରିବା ସହ ବଜାରକୁ ଛାଡ଼ୁଛନ୍ତି । ହେଲେ ନିକଟରେ ବୈଦ୍ୟୁତିକ ଗାଡ଼ି ଗୁଡ଼ିକ ଜଳିଯାଉଥିବା ନଜର ଆସିଲାଣି । ଗାଡ଼ିଗୁଡ଼ିକ ସୁରକ୍ଷାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି । ଏହି ଘଟଣାକୁ ଦୃଷ୍ଟିରେ ରଖି ବୈଦ୍ୟୁତିକ ଗାଡ଼ି ଗୁଡ଼ିକରେ ବ୍ୟାଟେରୀ, ବ୍ୟାଟେରୀ ପରିଚାଳନା ଏବଂ ଗାଡ଼ିର ବିଭିନ୍ନ ଉପକରଣରେ ପରିବର୍ତ୍ତନ କରିବାକୁ ସରକାର କହିଛନ୍ତି ।

ଗାଡ଼ିଗୁଡ଼ିକରେ ଘଟୁଥିବା ଅଗ୍ନିକାଣ୍ଡକୁ ନେଇ ସରକାର କମ୍ପାନୀ ଗୁଡ଼ିକ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନରେ କିପରି ଏଥିପ୍ରତି ଦୃଷ୍ଟି ଦିଆଯିବ ଏବଂ ଏହି ତ୍ରୁଟିକୁ ରୋକା ଯାଇପାରିବ ସେନେଇ ଆଲୋଚନା ହୋଇଛି । ଓଲା, ଜିତେନ୍ଦ୍ର ଇଲେକ୍ଟ୍ରିକ୍‌, ଓକନାଓ୍ୱା ପରି ବୈଦ୍ୟୁତିକ ଯାନ କମ୍ପାନୀ ଏଥିପ୍ରତି ଧ୍ୟାନ ଦେବାକୁ ସରକାର ପରାମର୍ଶ ଦେଇଛନ୍ତି ।

- Advertisement -

ବିଭିନ୍ନ ସମୟରେ ବୈଦ୍ୟୁତିକ ଯାନ ଗୁଡ଼ିକରେ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଅନେକ ବୈଦ୍ୟୁତିକ ଯାନ ଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ପୁଣେର ଓଲାର ଏ୧ ପ୍ରୋ ବୈଦ୍ୟୁତିକ ସ୍କୁଟର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ସମୟରେ ନିଆଁ ଲାଗିଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏହି ସବୁ ଘଟଣାକୁ ନେଇ ସରକାର କମ୍ପାନୀ ମାନଙ୍କ ପାଇଁ ଏକ ଗାଇଡଲାଇନ୍‌ ଜାରି କରିବେ । ଗାଇଡଲାଇନ୍‌ ଅନୁଯାଇ କମ୍ପାନୀ ଗୁଡ଼ିକ ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି ।

 

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories