ଗୁଜରାଟ୍ର ସୁରଟ୍ରେ ଏକ ଷ୍ଟ୍ରିଟ୍ ଫୁଡ୍ ଛକ ଅଛି। ଗଲା ବର୍ଷରୁ କିନ୍ତୁ ସମସ୍ତେ ଏଇ ଛକକୁ ‘ଆଇସ୍ ଗୋଲା ଛକ’ ନାମରେ ଜାଣୁଛନ୍ତି। ଛକର ପ୍ରଥମ ଦୋକାନର ନାମ ହେଉଛି ‘ଆଇସ୍ ଗୋଲା’। ଏବେ ଯେମିତି ଖରାର ପ୍ରକୋପ, ତା’ ପ୍ରଭାବରେ ସେଇ ଦୋକାନରେ ଭିଡ଼ ବଢ଼ିଚାଲିଛି। ଏମିତି ସେଠି ବିଭିନ୍ନ ସ୍ବାଦର ଆଇସକ୍ରିମ୍, କୁଲଫି, ବରଫ ଗୋଲା ମିଳେ କିନ୍ତୁ ଗଲା ବର୍ଷରୁ ଦୋକାନରେ ମିଳୁଥିବା ୫ କିଲୋ ବରଫ ଗୋଲା ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି। ଏହାକୁ ତିଆରି କରିବାକୁ ୨୦ମିନିଟ୍ ସମୟ ଲାଗେ। ପ୍ରାୟ ୩କିଲୋ ଓଜନର ବରଫକୁ ପ୍ରଥମେ ଗୁଣ୍ଡ କରାଯାଏ। ସେଥିରେ ୪-୫ଟି ଆଇସକ୍ରିମ୍ ସ୍କୁପ୍ ରଖିବା ପରେ ୬ଟି ସ୍ବାଦର କ୍ରିମ୍ ମଧ୍ୟ ମିଶା ହୁଏ। ସବୁଠୁ ଶେଷରେ ୨୦୦ ଗ୍ରାମ୍ର ଡ୍ରାଏଫ୍ରୁଟସ୍ ଏଥିରେ ସଜା ହୁଏ। ରଙ୍ଗବେରଙ୍ଗର ଏଇ ବରଫ ଗୋଲାର ଓଜନ ୫କିଲୋ, ଦାମ୍ ହେଉଛି ୯୯୯ ଟଙ୍କା। ୬-୭ଜଣ ମିଶି ଏହି ୫ କିଲୋର ବରଫ ଗୋଲା ଖାଇଥାନ୍ତି।
Popular Categories



