www.samajalive.in
Wednesday, December 10, 2025
26.1 C
Bhubaneswar

ରୋନାଲ୍‌ଡୋଙ୍କ ଶିଶୁପୁତ୍ରର ମୃତ୍ୟୁ

ମାଞ୍ଚେଷ୍ଟର: କିଛିଦିନ ତଳେ ତାରକା ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡ଼ୋଙ୍କ ପତ୍ନୀ ଜର୍ଜିନା ରୋଡ୍ରିଗେଜ୍‌ ଯମଜ ଶିଶୁଙ୍କୁ ଜନ୍ମ ଦେଇଥିଲେ। ସେମାନଙ୍କ ମଧ୍ୟରେ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଥିଲେ। ତେବେ ସୋମବାର ଜନ୍ମିତ ଶିଶୁପୁତ୍ରର ପରଲୋକ ​‌େ​‌ହାଇଯାଇଥିବା ରୋନାଲ୍‌ଡ଼ୋ ଓ ତାଙ୍କ ପତ୍ନୀ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଛାଡ଼ି ସୂଚନା ଦେଇଛନ୍ତି। ଶିଶୁ ପୁତ୍ରର ପରଲୋକ ସେମାନଙ୍କୁ ଗଭୀର ଭାବେ ଆଘାତ ଦେଇଥିବା ରୋନାଲ୍‌ଡ଼ୋ ଦମ୍ପତି ଦର୍ଶାଇବା ସହ ଶିଶୁପୁତ୍ରକୁ ଚିକିତ୍ସା କରୁଥିବା ଡାକ୍ତର, ସେବିକାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ପ୍ରଖ୍ୟାତ ଫୁଟବଲ୍‌ କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍‌, ରିଅଲ୍‌ ମାଦ୍ରିଦ୍‌, ମାଞ୍ଚେଷ୍ଟର ସିଟି, ଇଂଲିଶ ପ୍ରିମିୟର ଲିଗ୍‌, ଟୋଟେନ୍‌ହାମ୍‌ ଆଦିର କର୍ତ୍ତୃପକ୍ଷ ଶୋକବ୍ୟକ୍ତ କରିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories