ନୂଆଦିଲ୍ଲୀ: ଏଏଫ୍ସି ପୁରୁଷ ଏସିଆନ କପ୍ ଫୁଟବଲ ୨୦୨୩ ଚୂଡାନ୍ତ ଯୋଗ୍ୟତା ପଯ୍ୟାୟ ମ୍ୟାଚ ଜୁନରେ କଲକାତାରେ ଭାରତ ଖେଳିବ । ଭାରତୀୟ ଦଳ ପ୍ରସ୍ତୁତି ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ପକ୍ଷରୁ ସମ୍ଭାବ୍ୟ ଶିବିର ପାଇଁ ୪୧ଜଣିଆ ଖେଳାଳି ମନୋନୟନ କରାଯାଇଛି। ମୁଖ୍ୟ ପ୍ରଶିକ୍ଷକ ଇଗାର ଷ୍ଟିମାକଙ୍କ ନେତୃତ୍ବରେ କଲକାତାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଖେଳାଳିମାନେ ୨୩ରୁ ଜୈବ ନିରାପତ୍ତା ବଳୟ ମଧ୍ୟରେ ରହିବାବେଳେ ମେ ୮ରୁ କଲକାତାରେ ଶିବିର ଆରମ୍ଭ ହେବ। ଶିବିରରେ ସ୍ଥାନ ପାଇଥିବା ଏଟିକେ ମୋହନବାଗାନ୍ ଓ ମୁମ୍ବଇ ସିଟି ଏଫ୍ସି କ୍ଳବ ଖେଳାଳିମାନେ ଏଏଫ୍ସି କ୍ଳବ ମ୍ୟାଚ ଶେଷ ହେବା ପରେ ଯୋଗ ଦେବେ ବୋଲି ଏଆଇଏଫଏଫ ପକ୍ଷରୁ କୁହାଯାଇଛି।
ଭାରତ ଗ୍ରୁପ ଡି ରେ ଆଫଗାନିସ୍ତାନ, ହଂକଂ, କାମ୍ବୋଡିଆ ସହ ସ୍ଥାନ ପାଇଛି। ଭାରତ ଜୁନ୍ ୮ରେ ପ୍ରଥମ ମ୍ୟାଚ କାମ୍ବୋଡିଆ ସହ ଖେଳିବ।
ସମ୍ଭାବ୍ୟ ଦଳ : ଗୁର୍ପ୍ରୀତ ସିଂହ ସାନ୍ଧୁ, ଅମରିନ୍ଦର ସିଂହ, ପ୍ରଭସୁଖହାନ ଗିଲ୍,ମହମ୍ମଦ ନୱାଜ,ଟି.ପି ରେହାନ୍ସ(ସମସ୍ତେ ଗୋଲରକ୍ଷକ), ପ୍ରୀତକ କୋଥାଳ,ଆଶୁତୋଷ ମେହେଟା, ଆଶିଷ ରାଇ, ହରମିପାମ୍ ରିଭାସ, ରାହୁଲ ବେକ୍, ସନ୍ଦେଶ ଝିଙ୍ଘାନ,ନରେନ୍ଦର ଗେହେଲଟ୍, ଚିଙ୍ଗଲେନାସାନା ସିଂହ, ଅନୱାର ଅଲ୍ଲୀ, ଶୁଭାଶିଷ ବୋଷ, ଆକାଶ ମିଶ୍ରା,ରୋଶନ ସିଂହ, ହରମୋନଜ୍ୟୋତ ସିଂହ ଖାବ୍ରା(ସମସ୍ତେ ଡିପେଣ୍ଡର)। ଉଦାନ୍ତ ସିଂହ, ବିକ୍ରମ ପ୍ରତାପ ସିଂହ, ଅନିରୁଦ୍ଧ ଥାପ୍ପା, ପ୍ରଣୟ ହାଲ୍ଦାର, ଜିକ୍ସାନ ସିଂହ, ଗ୍ଲେନ ମାର୍ଟିନ, ଭି.ପି ସୁହାର, ଲାଲେଙ୍ଗମାୱା, ସାହିଲ ଅବଦୁଲ ସାମଦ, ୟାସିର ମହମ୍ମଦ, ଲାଲିଆନଜୁଲା ଚାଙ୍ଗେଟ, ସୁରେଶ ସିଂହ, ବ୍ରାଣ୍ଡେନ ଫର୍ଣ୍ଣାଣ୍ଡିଜ୍, ଋତିକ୍ କୁମାର ଦାସ, ଲାଲଥାଙ୍ଗା ଖାୱାଥିଲିଙ୍ଗ, ରାହୁଲ କେ.ପି, ଲିଷ୍ଟନ କୋଲାକୋ, ବିପିନ ସିଂହ, ଆଶିକ୍ କୁରିଆନା (ସମସ୍ତେ ମିଡ୍ଫିଲଡର), ମାନବୀର ସିଂହ, ସୁନୀଲ ଛେତ୍ରୀ,ରହିମ ଅଲ୍ଲୀ,ଇଷାନ ପଣ୍ଡିତ (ସମସ୍ତେ ଫରୱାର୍ଡ)।



