www.samajalive.in
Wednesday, December 10, 2025
26.1 C
Bhubaneswar

ବରଫ ଗୋଲାର ଦାମ୍ ୯୯୯ ଟଙ୍କା

ଗୁଜରାଟ୍‌ର ସୁରଟ୍‌ରେ ଏକ ଷ୍ଟ୍ରିଟ୍ ଫୁଡ୍ ଛକ ଅଛି। ଗଲା ବର୍ଷରୁ କିନ୍ତୁ ସମସ୍ତେ ଏଇ ଛକକୁ ‘ଆଇସ୍ ଗୋଲା ଛକ’ ନାମରେ ଜାଣୁଛନ୍ତି। ଛକର ପ୍ରଥମ ଦୋକାନର ନାମ ହେଉଛି ‘ଆଇସ୍ ଗୋଲା’। ଏବେ ଯେମିତି ଖରାର ପ୍ରକୋପ, ତା’ ପ୍ରଭାବରେ ସେଇ ଦୋକାନରେ ଭିଡ଼ ବଢ଼ିଚାଲିଛି। ଏମିତି ସେଠି ବିଭିନ୍ନ ସ୍ବାଦର ଆଇସକ୍ରିମ୍, କୁଲଫି, ବରଫ ଗୋଲା ମିଳେ କିନ୍ତୁ ଗଲା ବର୍ଷରୁ ଦୋକାନରେ ମିଳୁଥିବା ୫ କିଲୋ ବରଫ ଗୋଲା ସମସ୍ତଙ୍କର ମୁଖ୍ୟ ଆକର୍ଷଣ ପାଲଟିଛି। ଏହାକୁ ତିଆରି କରିବାକୁ ୨୦ମିନିଟ୍ ସମୟ ଲାଗେ। ପ୍ରାୟ ୩କିଲୋ ଓଜନର ବରଫକୁ ପ୍ରଥମେ ଗୁଣ୍ଡ କରାଯାଏ। ସେଥିରେ ୪-୫ଟି ଆଇସକ୍ରିମ୍ ସ୍କୁପ୍ ରଖିବା ପରେ ୬ଟି ସ୍ବାଦର କ୍ରିମ୍ ମଧ୍ୟ ମିଶା ହୁଏ। ସବୁଠୁ ଶେଷରେ ୨୦୦ ଗ୍ରାମ୍‌‌ର ଡ୍ରାଏଫ୍ରୁଟସ୍‌‌ ଏଥିରେ ସଜା ହୁଏ। ରଙ୍ଗବେରଙ୍ଗର ଏଇ ବରଫ ଗୋଲାର ଓଜନ ୫କିଲୋ, ଦାମ୍ ହେଉଛି ୯୯୯ ଟଙ୍କା। ୬-୭ଜଣ ମିଶି ଏହି ୫ କିଲୋର ବରଫ ଗୋଲା ଖାଇଥାନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories