www.samajalive.in
Thursday, December 11, 2025
16.1 C
Bhubaneswar

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବେ ଭୂତକୋଠି !

ବେଗୁନିଆ: ବେଗୁନିଆ ତହସିଲ କାର୍ଯ୍ୟାଳୟ ସାମନାରେ ଥିବା ମିନି ଆଇ ଟି ଆଇ ବିଲଡିଂ ପରିସରରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବିଲଡିଂଟି ବ୍ୟବହାର ଅଭାବରୁ ଏବେ ଭୂତ କୋଠିରେ ପରିଣତ ହୋଇଥିବାର ଦେଖିବାକୁ ମିଳୁଛି । ଗୃହ କାର୍ଯ୍ୟ ୪ ବର୍ଷ ହେବ ଶେଷ ହୋଇଥିଲେ ମଧ୍ୟ ପ୍ରଶାସନ ଏବଂ ରାଜନେତାଙ୍କ ଆନ୍ତରିକତା ଅଭାବରୁ ଯେଉଁ ଉଦେଶ୍ୟ ନେଇ ଏହି ବିଲଡିଂଟି ନିର୍ମାଣ କରାଯାଇଥିଲା ତାହା କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଟି ବ୍ଲକସ୍ତରୀୟ କାର୍ଯ୍ୟାଳୟ ହୋଇଥିବାବେଳେ ତାହା ଆରମ୍ଭରୁ ବେଗୁନିଆ ସମିତି ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବି ଆର ସି ସି ବିଲଡିଂ ରେ କାର୍ଯ୍ୟ କରୁଛି । ଫଳରେ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରୁ ଆସୁଥିବା ଲୋକମାନେ କାର୍ଯ୍ୟାଳୟର ଅବସ୍ଥିତି ସମ୍ପର୍କରେ ଜାଣିପାରୁନାହାନ୍ତି ।

ବହୁ ଅସୁବିଧା ଭିତରେ କାର୍ଯ୍ୟାଳୟଟି ଉକ୍ତ ସ୍ଥାନରେ କାର୍ଯ୍ୟ କରୁଥିବାବେଳେ ବିଦ୍ୟାଳୟକୁ ଯିବା ଆସିବା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଦ୍ୟାଳୟର ପ୍ରବେଶ ପଥକୁ ଲାଗି ଏହି କାର୍ଯ୍ୟାଳୟଟି ଥିବା ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି ।  ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନେଇ ଆସୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟାଳୟ ପରିସର ସେମାନଙ୍କର ଗାଡ଼ି ଗୁଡିକ ରାସ୍ତା ଉପରେ ରଖିବା ଯୋଗୁଁ ପିଲାମାନଙ୍କ ଯିବାଆସିବାରେ ଅସୁବିଧା ହେଉଛି । ଏପରିକି ଏଥିପାଇଁ ଅନେକ ସମୟରେ ପାଟିତୁଣ୍ଡ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ତତ୍କାଳୀନ ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ବେଗୁନିଆର ସମ୍ପୃକ୍ତ ସ୍ଥାନରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିର୍ମାଣ ଆରମ୍ଭ କରିଥିଲେ ।

- Advertisement -

ଏଥିସହିତ ବୋଲଗଡରେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ବୋଲଗଡରେ କିନ୍ତୁ ଉକ୍ତ କାର୍ଯ୍ୟାଳୟର ଉଦଘାଟନ ସରି କାର୍ଯ୍ୟକ୍ଷମ ହୋଇଥିବା ବେଳେ ବେଗୁନିଆରେ ବର୍ଷ ବର୍ଷ ଧରି କାର୍ଯ୍ୟକ୍ଷମ ନହେବା ପଛରେ କଣ ରହସ୍ୟ ରହିଛି ତାହା ଜଣାପଡୁନାହିଁ । ବିଲଡିଂର କାର୍ଯ୍ୟ ୪ ବର୍ଷ ହେବ ଶେଷ ହୋଇଛି ହେଲେ ବ୍ୟବହାର ନହୋଇ ପଡିରହିଛି । ରାତି ହେଲେ ଏଠାରେ ଅସାମାଜିକ ମାନଙ୍କ ଆଡ୍ଡାସ୍ଥଳୀରେ ପରିଣତ ହେଉଛି । ।ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଯେଉଁଠାରେ ଏହିପରି ବିଲଡିଂ ନିର୍ମାଣ କରାଯାଇଛି ସବୁଠାରେ ଏହିପରି ଅବସ୍ଥା ହୋଇଛି ।କାରଣ ଗୋଟିଏ ବିଲଡିଂ ନିର୍ମାଣ କରିବା ପାଇଁ୩ ଜଣ ଅଲଗା ଅଲଗା ଠିକାଦାର ସିଭିଲ ,ଇଲେକ୍ଟ୍ରିକାଲ ଏବଂ ପି ଏଚ କାର୍ଯ୍ୟ ଅନୁସାରେ ଦିଆଯାଉଥିବା ଯୋଗୁଁ କାର୍ଯ୍ୟ କରିବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି କୁହାଯାଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories