www.samajalive.in
Thursday, December 11, 2025
18.1 C
Bhubaneswar

ଆସନ୍ତାବର୍ଷରୁ ୬ଟି ଦଳଙ୍କୁ ନେଇ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ : ୨୦୨୩ରୁ ବିସିସିଆଇ ମହିଳା ଆଇପିଏଲ୍‌ ଆୟୋଜନ କରିବାକୁ ଯାଉଛି। ଏହାର ଉଦ୍‌ଘାଟନୀ ସଂସ୍କରଣରେ ୬ଟି ଦଳ ଭାଗନେବେ ବୋଲି ଜାଣିବାକୁ ମିଳିଛି। ପୁରୁଷଙ୍କ ଆଇପିଏଲ୍‌ ପରି ମହିଳା ଆଇପିଏଲ୍‌ ମଧ୍ୟ ଫ୍ରାଞ୍ଚାଇଜିଭିତ୍ତିକ ହେବ। ପୂର୍ବରୁ ଆଇପିଏଲ୍‌ ମଝିରେ ବିସିସିଆଇ ୩ଟି ଦଳଙ୍କୁ ନେଇ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲା। ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ୍‌ ୨ଟି ଭାଗରେ ଖେଳା ଯାଇଥିବା ବେଳେ ମହିଳା ଟ୍ବେଣ୍ଟି୨୦ ଚ୍ୟାଲେଞ୍ଜ୍ ଖେଳା ଯାଇନଥିଲା। ଗତମାସ ଆଇପିଏଲ୍‌ ପରିଚାଳନା ପରିଷଦ ବୈଠକରେ ମହିଳା ଆଇପିଏଲ୍‌ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି। ଏବେଠାରୁ ବିଭିନ୍ନ ମହିଳା ଦଳର ମାଲିକାନା ହାସଲ କରିବାକୁ ବିଭିନ୍ନ ଫ୍ରାଞ୍ଚାଇଜି ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି। ୬ଟି ଦଳଙ୍କୁ କିଣିବା ପାଇଁ ଟେଣ୍ଡର ଆହ୍ବାନ କରାଯିବ ଏବଂ ଦଳ ଗଠନ ପାଇଁ ନିଲାମ ପ୍ରକ୍ରିୟା କିପରି ରହିବ; ତାହା ବିଷୟରେ ଆଲୋଚନା କରାଯାଇଛି। ବର୍ତ୍ତମାନ ପାଇଁ ମହିଳା ଆଇପିଏଲ୍‌ କେବଳ କାଗଜରେ ରହିଛି। ପୁରୁଷ ଆଇପିଏଲ୍‌ ପରି ଏହାକୁ ସଫଳ କରିବା ଲାଗି ସମସ୍ତ ବନ୍ଦୋବସ୍ତ କରାଯିବ। ସୂଚନାଯୋଗ୍ୟ; ଅ​‌େ​‌ଷ୍ଟ୍ରଲିଆ​‌େ​‌ର ଦେଶ ବିଦେଶର ଖେଳାଳିଙ୍କୁ ନେଇ ମହିଳା ବିଗ୍‌ ବାସ୍‌ ଲିଗ୍ ଆୟୋଜନ ହେଉଥିବା ବେଳେ ଗତବର୍ଷ ଇଂଲଣ୍ଡରେ ମହିଳା କ୍ରିକେଟରଙ୍କୁ ନେଇ ‘ଦି ହ‌େଣ୍ଡ୍ରଡ୍‌’ ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ବିସିସିିଆଇ ୨୦୨୩ରୁ ମହିଳା ଆଇପିଏଲ୍‌ ଆରମ୍ଭ କରିବାକୁ ଯାଉଥିବା ବେଳେ ଏପରି ସମୟରେ ଏହା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ; ଯେତେବେଳେ କେବଳ ଭାରତୀୟ ନୁହନ୍ତି; ବିଦେଶୀ ଖେଳାଳି ମଧ୍ୟ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳୁନଥିବେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories