www.samajalive.in
Saturday, December 13, 2025
26.1 C
Bhubaneswar

ଗୋପାଳପୁର ପଞ୍ଚାୟତରେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ଷମ

ବାଙ୍କୀ:ଦୀର୍ଘ ଦିନ ଧରି ଗୋପାଳପୁର ପଞ୍ଚାୟତର ୧ ନମ୍ବର ଠାରୁ ୯ ନମ୍ବର ଓାର୍ଡ ପର୍ଯ୍ୟନ୍ତ ସରକାରୀ ପାଇପ୍ ଜଳ ଯୋଗାଣ ଅନିୟମିତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଥିଲା। ‘ସମାଜ ଲାଇଭ’ରେ ୧୫.୦୪.୨୦୨୨ ଏକ କିମି ଗଲେ ପାନୀୟ ଜଳ ମିଳେ ଶିରୋନାମାରେ ଏକ ଖବର ପ୍ରକାଶ ପାଇବା ପରେ ଶନିବାର ଦିନ ଡମପଡା ଗ୍ରାମ ପାନୀୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବୈଷ୍ଣବ ଚରଣ ମଲ୍ଲିକ ଗୋପାଳପୁର ଗ୍ରାମପଞ୍ଚାୟତର କରଣ ସାହି, ବାଉରି ସାହି, ଗୋଖା ସାହି, ଶଗଡିଆ ସାହି ସହିତ ଗଉଡ ସାହି, ଜେନା ସାହି ଓ ଖମାର ସାହି ଆଦି ପରିଦର୍ଶନ କରି ବାସ୍ତବ ଚିତ୍ରକୁ ଅନୁଧ୍ୟାନ କରିଥିଲେ ଏବଂ ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ। ଏହା ପରେ ପରିଚାଳକଙ୍କ ସହିତ ଆଲୋଚନା କରି ଜଳ ଯୋଗାଣକୁ ଚାଲୁ କରିବା ଦ୍ୱାରା ସମସ୍ତ ଷ୍ଟାଣ୍ଡ ପଏଣ୍ଟ ରେ ପାଣି ଆସିଥିଲା। ଲୋକମାନେ ଶୃଙ୍ଖଳାର ସହିତ ଧାଡିରେ ଆସି ପାଣି ନେଇଥିଲେ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମାତ୍ର ୯ ନମ୍ବର ଓାର୍ଡ ଟିକେ ଦୂର ଏବଂ ଉଚ୍ଚା ଥିବା ହେତୁ ଶେଷ ପର୍ଯ୍ୟନ୍ତ ପାଣି ଯାଇ ପାରୁନଥିବା ଦେଖି ସେମାନଙ୍କୁ କିଭଳି ପାଣି ଯୋଗାଣ କରାଯିବ ସେ ସମ୍ପର୍କରେ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶନିବାର ଦିନ ଖରାବେଳେ ବିଭିନ୍ନ ସାହିର ମହିଳାମାନେ ପାଣି ନେଉଥିବା ଜଣାପଡିଛି। ଗୋପାଳପୁର ଜଳଯୋଗାଣ ପ୍ରକଳ୍ପର ପମ୍ପ ପରିଚାଳକଙ୍କୁ ନିୟମିତ ଜଳ ଯୋଗାଣରେ ଦୃଷ୍ଟି ଦେବାକୁ କନିଷ୍ଠ ଯନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories