www.samajalive.in
Thursday, December 11, 2025
15.1 C
Bhubaneswar

ଓଡ଼ିଆ ମଡ଼େଲଙ୍କ ପାଖରେ ପ୍ରତିଭା ରହିଛି, ତାହା ଲୋକଲୋଚନକୁ ଆସିବା ଦରକାର

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଇଭେଣ୍ଟ ସଂସ୍ଥା ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ ଓ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ମ୍ୟାନେଜ୍ମେଣ୍ଟର ମିଳିତ ସହଯୋଗରେ ବଛା ବଛା ୧୬ ଜଣ ମଡ଼େଲଙ୍କୁ ନେଇ ସାଇନିଂ କ୍ୟାଲେଣ୍ଡର୍ ଉନ୍ମୋଚିତ କରାଯାଇଛି। ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଏବଂ ମଡ଼େଲମାନଙ୍କ ଉପସ୍ଥିତିରେ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି। ଅତିଥି ଭାବେ ଉତ୍କଳ କନିକା ଗ୍ୟାଲେରିଆ ମଲରେ ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ, ଫ୍ୟାଶନ ଫଟୋଗ୍ରାଫର ଏବଂ ଉଦ୍ୟୋଗୀ କୁଶନ କୁମାର, ଅଭିନେତା ତଥା କଣ୍ଠଶିଳ୍ପୀ ସୋହମ ସିଂ, ଦି ଟ୍ରାଇଟୋନ୍ ଏକାଡ଼େମୀର ପ୍ରିନ୍ସିପାଲ ପ୍ରିୟଦର୍ଶନୀ ମିଶ୍ର ଏବଂ ଡ଼ିଜାଇନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏନେଇ ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀର ନିର୍ଦ୍ଦେଶକ ପୱନ କୁମାର କହିଛନ୍ତି ମଡ଼େଲ୍, ମେକ୍ଅପ୍ ଆଟିଷ୍ଟ, ଫଟୋଗ୍ରାଫର୍, ଡ଼ିଜାଇନର୍ଙ୍କୁ ନୂତନ ପ୍ଲାର୍ଟଫର୍ମ ଦେବା ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ‘ଏଏନଏ’ ଏ ନିୟୁ ଆପେରାଲ୍ସ ସଂସ୍ଥା ସହଯୋଗରେ ସେମାନଙ୍କୁ ସୁଯୋଗ ମିଳିବ। ଅନେକ ଓଡ଼ିଆ ମଡ଼େଲଙ୍କ ପାଖରେ ପ୍ରତିବା ରହିଛି କିନ୍ତୁ ସେମାନଙ୍କ ପ୍ରତିଭା ଲୋକଲୋଚନକୁ ଆସିବା ଦରକାର। ତେବେ ଓଡ଼ିଆ ମଡେଲଙ୍କ ପ୍ରତିଭା ଓ ଦକ୍ଷତା ପ୍ରତିପାଦନ ପାଇଁ ସାଇନିଂ ଗ୍ରୁପ୍ ଅଫ୍ କମ୍ପାନୀ  ନିଆରା ସୁଯୋଗ ଆଣିଦେଇଛି।

 

- Advertisement -

ଏହା ପୂର୍ବରୁ ଅନ୍ଲାଇନରେ ହୋଇଥିବା ଅଡ଼ିଶନରେ ୧୪୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସେଥିରୁ ୮୦ରୁ ଅଧିକ ପ୍ରତିଯୋଗୀଙ୍କୁ ଅଡ଼ିଶନ ଦେବା ପାଇଁ ଚୟନ କରାଯାଇଥିଲା। ଏହି ପ୍ରତିଯୋଗୀଙ୍କୁ ତିନୋଟି ପକ୍ରିୟାରେ ଚୟନ କରାଯାଇ ଟପ୍ ୧୬ ଜଣ ମଡ଼େଲଙ୍କୁ ନେଇ ହାଇ ଫ୍ୟାସନ କ୍ୟାଲେଣ୍ଡର ଫଟୋ ସୁଟ୍ କରାଯାଇଛି। ଚୟନ ହୋଇଥିବା ୧୬ ଜଣ ଟପ୍ ମଡ଼େଲଙ୍କୁ ଆଗାମୀ ଦିନରେ ଫଟୋ ସୁଟ୍, ମ୍ୟୁଜିକ୍ ଭିଡ଼ିଓ ଏବଂ ବିଜ୍ଞାପନ ପାଇଁ ସୁଯୋଗ ଦିଆଯିବ। ସେହିପରି ଫ୍ୟାସନ ଏକାଡ଼େମୀ କ୍ରିଏଟିଭ ଏକ୍ସିଲେନ୍ସି ସହଯୋଗରେ ସେମାନଙ୍କର ଗ୍ରୁମିଂ କରାଯିବ। ଜୁରୀ ଭାବେ ଲୋପାମୁଦ୍ରା ନାୟକ, (ଫ୍ୟାସନ ଫିଲ୍ଟର ନିର୍ଦ୍ଦେଶିକା), ସାଞ୍ଜ ଶୁଭସ୍ମିତା (ସେଲିବ୍ରିଟି ମଡ଼େଲ୍), ସୋନୋଲୀ (ମେକ୍ଅପ୍ ଏକ୍ସପଟ୍), ଡ଼. ସ୍ଥିତିପ୍ରଜ୍ଞା (ମଡ଼େଲ ତଥା ଅଭିନେତ୍ରୀ), ଅମ୍ରିତା ସାବତ (ଡ଼ିଜାଇନର୍), ସୁଦୀପ୍ତ ବାସ୍ତବ ଲେଙ୍କା (ଫ୍ୟାଶନ ଡ଼ିଜାଇନର ଏବଂ ଫ୍ୟାଶନ ଏଣ୍ଟରପ୍ରେନର), ପୱନ କୁମାର (ନିର୍ଦ୍ଦେଶକ, ସାଇନିଂ ଇଭେଣ୍ଟ), ମଧୁସ୍ମୀତା ପଣ୍ଡା (ଫାଉଣ୍ଡର ୱେଭ୍ରାଣ୍ଟସ୍), ତୁଷାରକାନ୍ତ ସ୍ୱାଇଁ (ଫଟୋଗ୍ରାଫର), ପିକୋନ୍ ବିଶ୍ୱାଳ (ଫିଟ୍ନେସ୍ ଏଣ୍ଟର୍ପିନିଅର୍ ଓ ଆଇନ୍ଜୀବି) ପ୍ରମୁଖ କ୍ୟାଲେଣ୍ଡର ପାଇଁ ଟପ୍ ୧୬ ମଡ଼େଲ ଚୟନ କରିଥିଲେ। ସୋନାଲି ମିଶ୍ର ଏବଂ ଶିବାନି ଶିବି ମଡ଼େଲଙ୍କ ମେକ୍ଅପ୍ କରିଥିବା ବେଳେ ଦେବ ମହାନ୍ତି (ପାସିଓନେଟ୍ ପଲ), ତୁଷାରକାନ୍ତ ସ୍ୱାଇଁ (ଫଟୋ ଜାଦୁଗର), ବାଦଲ ସ୍ୱାଇଁ (ଏସଭି ଫଟୋଗ୍ରାଫି ଆଣ୍ଡ ଫିଲ୍ମ), ସୌମ୍ୟ ରଞ୍ଜନ ବିଶ୍ୱାଳ (ଇଣ୍ଡିରୁଟ୍ ଷ୍ଟିଲ୍ ଆଣ୍ଡ ରିଲ) ଓ ଜୋଡ଼ନ୍ ପ୍ରମୁଖ ଫଟୋସୁଟ୍ କରିଥିଲେ। ଏହା ସ୍ଥିତ ପଣ୍ଡା ଷ୍ଟାଇଲିଂ ଏବଂ କୋର୍ଡ଼ିନେସନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories