www.samajalive.in
Monday, December 8, 2025
27.1 C
Bhubaneswar

ବିଶ୍ବ ଭାଷା ହେବାର ସାମର୍ଥ୍ୟ ରଖିଛି ଓଡ଼ିଆ ଭାଷା

ଭୁବନେଶ୍ୱର: ଓଡ଼ିଆରେ ଓଡ଼ିଶା ଶାସନ ଖିଲାପକାରିକୁ ଦଣ୍ଡ ବିଧାନ ବିଧି ବ୍ୟବସ୍ଥା ପାଇଁ ଭାଷା ଆନ୍ଦୋଳନ, ଓଡ଼ିଶାର କଳାପତାକା ଅଭିଯାନର ସପ୍ତମ ପ୍ରତିଷ୍ଠା ଦିବସରେ(ଓଡ଼ିଆ ନୂଆବର୍ଷ ପଣା ସଂକ୍ରାନ୍ତି) ଭାଷା ଆଇନ ଓ ଓଡ଼ିଆରେ ଓଡ଼ିଶାର ଶାସନ ଉପରେ ଆଲୋଚନା ଚକ୍ର ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ସଭାଗୃହରେ ଅନିଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତୀୟ ଜନତା ଦଳର ବୁଦ୍ଧିଜୀବୀ ଫୋରମ ସଜ୍ଜନ ଶର୍ମା କହିଥିଲେ ଯେ ବିଶ୍ବ ଭାଷା ହେବାର ସାମର୍ଥ୍ୟ ରଖିଛି ଓଡ଼ିଆ ଭାଷା। ସେହି ସାମର୍ଥ୍ୟକୁ ଆଧାର କରି ପ୍ରଚାର, ପ୍ରସାର ଓ ବ୍ୟବହାର କରିବା ଆମର ଦାୟିତ୍ବ ଅଟେ। ସଭାର ଅନ୍ୟତମ ବକ୍ତା ତଥା ମିଳିତ ଆୟୋଜକ ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ସଭାର ସମ୍ବୋଧନ କରି ମାତୃଭୁମି ମାତୃଭାଷାର ସେବାପାଇଁ ଆମେ ସଦା ତତ୍ପର ରହିବା ଉଚିତ। ଭାଷା ଆନ୍ଦୋଳନର ଦୀର୍ଘ ଦିନର ଆନ୍ଦୋଳନର ପ୍ରୟାସ ପ୍ରଶଂସନୀୟ। ଏଥିରେ ସମ​‌େ​‌ସ୍ତ ନିଜକୁ ସମ୍ପୂର୍ଣ୍ଣ ଭାବେ ଯୋଡି ହେବାପାଇଁ ସେ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ଭାଷା ଆନ୍ଦୋଳନର କାର୍ଯ୍ୟପନ୍ଥା ନିର୍ଘଣ୍ଟ ତଥା ସମ୍ପୂର୍ଣ ଭାବେ ସମସ୍ତ ଦପ୍ତରରେ ଓଡ଼ିଆ ଭାଷା ବ୍ୟବହାର ପର୍ୟ୍ୟନ୍ତ ସମସ୍ତେ ସହଯୋଗ କରିବା ଉଚିତ ବୋଲି ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଜାନକୀଷ ବଡ଼ପଣ୍ଡା ସଭାରେ ସଭାପତିତ୍ୱ କରି ମାତୃଭାଷା କାହିଁକି ଆବଶ୍ୟକ ତାହା ଉପରେ ବିଶେଷ ଆଲୋକପାତ କରିଥିଲେ ।

 

- Advertisement -

ଭାଷା ଆଇନ ଓ ତାର ନିୟମାବଳୀ ଯାହା ଯାହା ହୋଇଛି ଯାହାକି ଓଡ଼ିଆ ଭାଷା ହିଁ ସରକାରୀ ଭାଷା ଯେ ନ ମାନିବ ତାହା ବିରୋଧରେ ଦଣ୍ଡ ବିଧାନ ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଚକ୍ରଧର ମହନ୍ତ ଭାଷା ଯୋଦ୍ଧାମାନଙ୍କର ୮୭୮ ଦିନର ଆନ୍ଦୋଳନକୁ ବିଶ୍ୱ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନୀଳମଣି ମିଶ୍ର, ଶଶାଙ୍କ ଶେଖର ଦାସ, ମୋହନଲାଲ ବ୍ୟାସ, ନବ କିଶୋର ପ୍ରଧାନ, ଡମ୍ବୁର ଧର ହରଣସିଂହ, ସସ୍ମିତା ପାହାଡ଼ସିଂହ, ସିକିଲତା ସାହୁ, ପୂଜା ପାହାଡ଼ସିଂହ, ମନୋରଞ୍ଜନ ପଣ୍ଡା, ସଞ୍ଜୟ ଦାସ, ପ୍ରଦ୍ୟୁମ୍ନ ଦାସ, ରାଜକିଶୋର ଷଡ଼ଙ୍ଗୀ, ନୃସିଂହ ନାରାୟଣ ଦାସ, ପୁଲକ ରଥ,ଦୁର୍ୟ୍ୟଧାନ ଦାସ, ବିଜୟ କୁମାର ପ୍ରଧାନ, ଅଜିତ ରଥ ଯୋଗଦେଇ ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ପ୍ରାରମ୍ଭରେ ସାରଦା ପ୍ରସାଦ ମହାପାତ୍ର ଅତିଥି ପରିଚୟ ଦେଇଥିବାବେଳେ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ଭାଷା ଆନ୍ଦୋଳନର ଆଭିମୁଖ୍ୟ ଏବଂ ଉପଲବ୍ଧି ଉପରେ ଆଲୋଚନା ରଖିଥିଲେ। ବରିଷ୍ଠ ଭାଷା ଯୋଦ୍ଧା ଜୟପ୍ରକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories