www.samajalive.in
Monday, December 8, 2025
13.1 C
Bhubaneswar

ଭାଇରାଲ୍‌ ଭିଡିଓ: ନିଜ ପ୍ରଧାନମନ୍ତ୍ରୀଙ୍କୁ ଚିଲ୍ଲାଇ ଚିଲ୍ଲାଇ ଅନ୍ତର୍ଜାତୀୟ ଭିକାରି କହିଲେ ପାକ୍‌ ସାଂସଦ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ସଙ୍କଟ ଏବେ ଶେଷ ହୋଇଛି। ସମସ୍ତ ଉଦ୍ୟମ ପରେ ମଧ୍ୟ ଇମ୍ରାନ ଖାନ ଅନାସ୍ଥା ପ୍ରସ୍ତାବରେ ନିଜ ସରକାର ବଞ୍ଚାଇ ପାରିଲେ ନାହିଁ। ଶେହବାଜ ଶରିଫ୍‌ ବର୍ତ୍ତମାନ ଦେଶର ନୂଆ ପ୍ରାଧାନମନ୍ତ୍ରୀ। ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ଶେହବାଜ ଅନ୍ତର୍ଜାତୀୟ ସ୍ତରରେ କଠିନ ଚେଷ୍ଟା ଆରମ୍ଭ କରିଛନ୍ତି। ହେଲେ ଇତି ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସମଗ୍ର ବିଶ୍ବ ସମ୍ନା​‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛି। ପାକିସ୍ତାନ ସଂସଦର ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି। ଭିଡିଓରେ ସଂସଦରେ ସର୍ବସମ୍ମୁଖରେ ଜଣେ ପାକ୍‌ ସାଂସଦ ନିଜ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଓ ତାଙ୍କ ଦଳୀୟ ଲୋକଙ୍କୁ ଅନ୍ତର୍ଜାତୀୟ ଭିକାରି ବୋଲି କହୁଥିବା ଦେଖିବାକୁ ମିଳିଛି।


ଏହି ଭିଡିଓ ଏପ୍ରିଲ ୧୧ ତାରିଖର। ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବର ପର ଦିନ ବିରୋଧୀ ଦଳ ମିଳିତ ଭାବେ ଶେହବାଜ ଶରିଫ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଥିଲେ। ଏହି ସମୟରେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ୍‌(ପିଟିଆଇ)ର ସାଂସଦ ଫହିମ୍‌ ଖାନ ଭିଡିଓ କରିବା ଆରମ୍ଭ କରିଥିଲେ। ଭିଡିଓରେ ସେ କହୁଛନ୍ତି, ‘‘ଆଜ୍ଞା ମୁଁ ବର୍ତ୍ତମାନ ସଂସଦ ଭିତରେ ଠିଆହୋଇଛି ଏବଂ ଆପଣମାନଙ୍କୁ ଅନ୍ତର୍ଜାତୀୟ ଭିକାରି ଦେଖାଇବାକୁ ଚାହୁଁଛି’’। ଏହାପରେ ଶେହବାଜ ଶରିଫଙ୍କ ଓ ତାଙ୍କ ଦଳୀୟ ନେତାମାନଙ୍କ ଆଡ଼କୁ କ୍ୟାମେରା ବୁଲାଇ ଫହିମ୍‌ କହୁଛନ୍ତି, ‘‘ଇଏ ହେଉଛନ୍ତି ଭିକାରୀ…ଯିଏ ନିଜେ ଭିକାରି, ଯିଏ ନିଜ ଦଳକୁ ଭିକାରି କହୁଛି, ଏମାନେ ହିଁ ପ୍ରକୃତରେ ଭିକାରି ଆମେ ନୁହେଁ। ଆମେ ସଚ୍ଚୋଟ ଦଳ’’। ଏହାପରେ ପିଟିଆଇ ସାଂସଦମାନଙ୍କ ଆଡ଼କୁ କ୍ୟାମେରା ବୁଲାଇ ସେ କହୁଛନ୍ତି, ‘‘ଏଠାରେ ସଚ୍ଚୋଟ ଲୋକ ବସିଛନ୍ତି’’। ଏହାପରେ ପୁଣି ଶେହବାଜଙ୍କ ଆଡ଼କୁ କ୍ୟାମେରା ବୁଲାଇ ଚିଲ୍ଲାଇ ଚିଲ୍ଲାଇ କହୁଛନ୍ତି, ‘‘ଇଏ ଭିକାରି ବସିଛନ୍ତି। ଇଏ ଭିକାରି… ଇଏ ହିଁ ଭିକାରି…’’। ପାକ୍‌ ସାଂସଦଙ୍କ ଏହି ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି। ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି।

- Advertisement -

ସୂଚନାଯୋଗ୍ୟ, ଫହିମ ଖାନ ପାକିସ୍ତାନର କରାଚୀରୁ ଜଣେ ସାଂସଦ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories