www.samajalive.in
Friday, December 12, 2025
17.1 C
Bhubaneswar

ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରିର ଦର ବୃଦ୍ଧି ବିରୁଦ୍ଧରେ ସିପିଆଇ (ଏମ୍-ଏଲ୍) ଲିବରେସନର ପ୍ରତିବାଦ

ଭୁବନେଶ୍ୱର : ଦେଶରେ କ୍ରମାଗତ ଭାବରେ ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ୍ ଓ ଅତ୍ୟାବଶ୍ୟକ ସାମଗ୍ରୀର ମହଙ୍ଗା ଦରକୁ ନିୟନ୍ତ୍ରଣ କରିବା ପାଇଁ ଏପ୍ରିଲ୍ ୭ରୁ ୧୩ ପର୍ଯ୍ୟନ୍ତ ଦେଶବ୍ୟାପୀ ଦିଆଯାଇଥିବା ପ୍ରତିବାଦ ଡ଼ାକରାରେ ସିପିଆଇ (ଏମ୍-ଏଲ୍) ଲିବରେସନ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଭୁବନେଶ୍ୱରରେ ପ୍ରତିବାଦ କରାଯାଇଛି। ଏଠାରେ ଉଲ୍ଲେଖଥାଉକି, ବିଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତିକସ୍ତରେ କମ୍ ଥିଲା ବେଳେ ଭାରତ ସରକାର ଯେଉଁଭଳି ଭାବରେ ଦେଶରେ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି କରି ଟିକସ ଆଦାୟ କରୁଛନ୍ତି, ତାହା ଜନବିରୋଧୀ କାର୍ଯ୍ୟ ବୋଲି ସିପିଆଇ (ଏମ୍-ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦେଶର ଗରିବ ଜନସାଧାରଣଙ୍କ ଉପରେ ତୈଳ ଦରର ପ୍ରଭାବ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି।

 

- Advertisement -

ଫଳତଃ ଏମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡ଼ିକ କ୍ରୟ କରିପାରୁ ନାହାଁନ୍ତି। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରି ସେମାନଙ୍କ ସମସ୍ୟାକୁ ଲାଘବ କରିଛନ୍ତି। ଏହା ମଧ୍ୟ ଦେଶର ଦରଦାମ ବୃଦ୍ଧି ଉପରେ ପ୍ରଭାବ ପକାଉଛି। ଗରିବ ଲୋକ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁ ମହଙ୍ଗା ମାଡ଼ରେ ଜର୍ଜରିତ ହେଉଛନ୍ତି। ରାଜ୍ୟ ସରକାର ତୁରନ୍ତ ପେଟ୍ରୋଲ, ଡ଼ିଜେଲ ଓ ଗ୍ୟାସ୍ ଉପରୁ ଭାଟ କମାଇବା ପାଇଁ ଆଜିର ଏହି ପ୍ରତିବାଦରେ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ତଥା ସିପିଆଇ (ଏମ୍-ଏଲ୍) ଲିବରେସନର କେନ୍ଦ୍ରୀୟ କମିଟି ସଦସ୍ୟ ରାଧାକାନ୍ତ ସେଠୀ, ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଲିଙ୍ଗରାଜ ଚୌଧୁରୀ, ବିଜୟ ବେହେରା, ଉପେନ୍ଦ୍ର ସାହୁ, ଜାନକୀ ରାଓ, ଶଙ୍କର ନାଏକ, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories