www.samajalive.in
Saturday, December 13, 2025
26.1 C
Bhubaneswar

ଲାଞ୍ଜିଗଡରେ ୫ଦିନ ହେଲା ନାହିଁ ବିଏସଏନଏଲ ନେଟୱର୍କ

ଲାଞ୍ଜିଗଡ: ଲାଞ୍ଜିଗଡ ଏକ ଶିଳ୍ପାଞ୍ଚଳ ହୋଇଥିବା ବେଳେ ଅନେକ ଲୋକ ବିଭିନ୍ନ ପ୍ରକାର ସିମ ବ୍ୟବହାର କରିଥାନ୍ତି। ସେଥିମଧ୍ୟରୁ ବିଏସଏନଏଲ କମ୍ପାନୀ ସିମ ଅନ୍ୟତମ ଏବଂ ଏହାବୁ ଲୋକେ ବହୁଳ ଭାବେ ବ୍ୟବହାର କରୁଛନ୍ତି। ବିଏସଏନଏଲ ଏକ ପୁରୁଣା ଟେଲିକମ କମ୍ପାନୀ ହୋଇଥିବା ବେଳେ ଲୋକେ ଏହି ସିମକୁ ବହୁଳ ବ୍ୟବହାର କରିଥାନ୍ତି। ଏପରିକି ଅଫିସମାନଙ୍କରେ ମଧ୍ୟ ଅଧିକରୁ ଅଧିକତର ଏହି ବିଏସଏନଏଲ ନେଟର ବ୍ୟବହାର କରାଯାଇଥାଏ । ତେବେ ଏହି କମ୍ପାନୀ ଲୋକଙ୍କୁ ଠିକ ଭାବରେ ଗ୍ରାହକ ସେବା ଯୋଗାଇ ପାରୁନାହିଁ। କେତେବେଳେ ନେଟୱର୍କ ରହୁଛି ତ କେତେବେଳେ ରହୁନାହିଁ। ଆଜିକୁ ୫ଦିନ ହେଲା ଲାଞ୍ଜିଗଡରେ ବିଏସଏନଏଲର ନେଟୱକ ନାହିଁ। ଫଳରେ ଲୋକଙ୍କ ଯୋଗାଯୋଗରେ ବିଛିନ୍ନ ଘଟିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୋଣସି ସୁଫଳ ମିଳୁନାହିଁ। ଲାଞ୍ଜିଗଡ ସହରରେ ଲୋକେ ଅଧିକ ମାତ୍ରାରେ ଏହି ସିମ କାର୍ଡ ବ୍ୟବହାର କରୁଛନ୍ତି। ତେବେ ଉପଯୁକ୍ତ ଗ୍ରାହକ ସେବା ମିଳୁନଥିବା ଅଭିଯୋଗ ହୋଇଛି।

 

- Advertisement -

୫ଦିନ ହେଲା ନେଟ କାମ ହୋଇପାରୁନାହିଁ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି । ଲାଞ୍ଜିଗଡ ବ୍ଲକର ଘାଟି ଅଂଚଳରେ ଥିବା ମୁଷନାଳ ଓ ବିଜେପୁର ଠାରେ ମଧ୍ୟ ଟାୱାର ସ୍ଥାପନ କରାଯାଇଛି। ତାହା ନାମକୁ ମାତ୍ର ଫୋର ଜି ନେଟ କଥା କୁହାଯାଉଛି। ନେଟ କାମ ଥିଲେ ଲୋକେ ହାତିଶାଲ ଘାଟିକୁ ଆସି ନିଜ କାମ କରୁଥିବା ଦେଖିବାକୁ ମିଳୁଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ଥାନରେ ଟାୱାର ସ୍ଥାପନ କରିଛନ୍ତି। ସରକାରୀ ବାବୁଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ତାହା ବାଟବଣା ହେବାରେ ଲାଗିଛି। ଏବେ ଲୋକେ ଏହି କମ୍ପାନୀ ପ୍ରତି ବିମୁଖ ହେଉଛନ୍ତି। ଲାଞ୍ଜିଗଡ ସହରବାସୀ ଏହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ବସିଲେଣି। ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ନିବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories