www.samajalive.in
Thursday, December 11, 2025
18.1 C
Bhubaneswar

ପାକିସ୍ତାନ ରାଜନୀତି: ଶାହାବାଜ ସରିଫ ହେଲେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ଇସଲାମାବାଦ: ପାକିସ୍ତାନରେ ଲାଗି ରହିଥିବା କ୍ଷମତା ସଂକଟ ଭିତରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ଶାହାବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ପିଏମଏଲ-ଏନ ସାଂସଦ ଶାହାବାଜ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ଏହି ଘୋଷଣା ହେବା ପରେ ଶାହବାଜ ସରିଫ ଟ୍ୱିଟ କରି ସମସ୍ତ ବିରୋଧୀ ଦଳ ଓ ନିଜ ଭାଇ ନୱାଜ ଶରିଫଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅପରପକ୍ଷରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ୪୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ନାମାଙ୍କନ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଶାହବାଜ ସରିଫ ଆସନ୍ତା କାଲି ଶାହବାଜ ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଛି। ଏହାପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ମନୋନୟନ ପାଇଁ ନ୍ୟାସନାଲ ଆସେମ୍ବଲିରେ ଏକ ବୈଠକ ଅନୁଷ୍ଠିତ ହେବ ।

ଅପରପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରେ ପ୍ରଧାନମନ୍ତ୍ରୀ ଥିବା ଇମ୍ରାନ ଖାନ ହାରିବା ପରେ ଏବେ ତାଙ୍କ ଉପରେ କଟକଣା ଜାରି କରାଯାଇଛି। ତାଙ୍କୁ ପାକିସ୍ତାନ ଛାଡି ବାହାର ଦେଶକୁ ଯିବା ଉପରେ ରୋକ ଲଗାଯାଇଛି। ଇସଲାମବାଦ ହାଇକୋର୍ଟରେ ଇମ୍ରାନ ଖାନଙ୍କ ବିରୋଧରେ ଅଭିଯୋଗ କରାଯାଇଛି । ଇମ୍ରାନଙ୍କ ବ୍ୟତୀତ ଫବାଦ ଚୌଧୁରୀ, ଶାହା ମହମୁଦଙ୍କ ବିରୋଧରେ ବି ଅଭିଯୋଗ ଦାଖଲ ହୋଇଛି। ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଇମ୍ରାନଙ୍କ ନିକଟତମ ଲୋକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories