www.samajalive.in
Wednesday, December 10, 2025
18.1 C
Bhubaneswar

ବୃତ୍ତିଗତ ପାରଦର୍ଶିତା ବିକାଶରେ ସହାୟକ ହେବ

କଟକ : ବକ୍ସିବଜାରସ୍ଥିତ ରିଜର୍ଭ ପୁଲିସ ପଡିଆଠାରେ ୬୬ତମ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଗୁରୁବାର ଉଦ୍‍ଘାଟିତ ହୋଇଯାଇଛି। ଅତିରିକ୍ତ ଡିଜିପି ତଥା ଗୁଇନ୍ଦା ବିଭାଗ ନିର୍ଦେଶକ ସୁନିଲ କୁମାର ରାୟ ଉଦଘାଟନ କରି କହିଲେ ଏହି ପ୍ରତିଯୋଗିତା ପୁଲିସ କର୍ମଚାରୀଙ୍କର ବୃତ୍ତିଗତ ପାରଦର୍ଶିତା, ବ୍ୟାବହାରିକ ଜ୍ଞାନକୌଶଳ, ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ। ଅପରାଧ ଅନୁସନ୍ଧାନ ପୁଲିସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିଲେ ହେଁ ପାରମ୍ପରିକ ପଦ୍ଧତି ରେ ତଦନ୍ତ ଓ ଅନୁସନ୍ଧାନ ଗୁରୁତ୍ୱହୀନ ହୋଇପଡିଛି। ସମୟର ପରିବର୍ତ୍ତନ ସହିତ ପୁଲିସ ପାଇଁ ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଛି। ପୁଲିସ କର୍ମଚାରୀଙ୍କୁ ଅତ୍ୟାଧୁନିକ ଅନୁସନ୍ଧାନ ଓ ତଦନ୍ତ ପ୍ରକ୍ରିୟାକୁ ଆପଣେଇବାକୁ ହେବ। ଏହି ଅବସରରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ଜିଲା ଓ ଥାନାସ୍ତରରେ କାର୍ଯ୍ୟ କରିଥିବା ପୁଲିସ ଅଫିସର ଓ କର୍ମଚାରୀଙ୍କୁ ସେମାନଙ୍କ ବୃତ୍ତିଗତ ଦକ୍ଷତାରେ ଉନ୍ନତି ଆଣି ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସଭାଜନ ହେବାକୁ ଶ୍ରୀ ରାୟ ପରାମର୍ଶ ଦେଇଥିଲେ। ଏହି ପ୍ରତିଯୋଗିତାରେ ରାଜ୍ୟର ୩୭ ଟି ପୁଲିସ ଜିଲା ଏବଂ ପ୍ରତିଷ୍ଠାନର ୧୭୯ଜଣ ପୁରୁଷ ଓ ୨୮ଜଣ ମହିଳାଙ୍କୁ ମିଶାଇ ମୋଟ ୧୯୫ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୬୧ଜଣ କମ୍ପ୍ୟୁଟର ଆୱାରନେସ୍‍ ଟେଷ୍ଟ ଏବଂ ୧୩୪ ଜଣ ସାଇଣ୍ଟିଫିିକ ଏଡ୍‍ ଟୁ ଇନଭେଷ୍ଟିଗେସନ(ସାଇ)ରେ ପ୍ରତିଯୋଗୀ ଅଛନ୍ତି।

- Advertisement -

୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଫଟୋଗ୍ରାଫି, ଅଙ୍ଗୁଳିଛାପ, ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ, କମ୍ପ୍ୟୁଟର ଜ୍ଞାନ କୌଶଳରେ ଦକ୍ଷତା, ସାଇବର ଅପରାଧ, ମେଡିକୋ-ଲିଗାଲ, ପୁଲିସ ଆଇନ କାନୁନ, ପୁଲିସ ଶ୍ୱାନ କୌଶଳ ପ୍ରଦର୍ଶନ ଓ ନିରୀକ୍ଷଣ ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ସର୍ବଭାରତୀୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟତା ହାସଲ କରିବେ। ଉଦଘାଟନୀ କାର୍ଯ୍ୟକ୍ରମରେ କ୍ରାଇମବ୍ରାଞ୍ଚର ଅତିରିକ୍ତ ପୁଲିସ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ ସ୍ୱାଗତ ଭାଷଣ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏଡିଜି ଶ୍ରୀ ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories