www.samajalive.in
Monday, December 8, 2025
24.1 C
Bhubaneswar

କୋଟିପତି ସହକାରୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ। ଦୀର୍ଘ ୪୮ ଘଣ୍ଟାର ଚଢାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସହକାରୀ ଯନ୍ତ୍ରୀଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। କାର୍ତ୍ତିକେଶ୍ବରଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଚକିତ ହୋଇଯାଇଛି। ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ପ୍ରାୟ ୨ କୋଟି ୫୦ ହଜାର ନଗଦ ଟଙ୍କା ଜବତ ହୋଇଥିଲା। ଯାହାକି ଓଡ଼ିଶା ଭିଜିଲାନ୍ସ ଇତିହାସରେ ବିରଳ। ପୂର୍ବରୁ ମଧ୍ୟ ତାଙ୍କର ୨.୭୬ କୋଟିର ସମ୍ପତ୍ତି ଠାବ କରାଯାଇଥିଲା। ଏଥିରେ ୨ଟି ଫ୍ଲାଟ୍‍ , ଭୁବନେଶ୍ୱରରେ ଗୋଟିଏ ୨ମହଲା କୋଠା, ୩୭.୨୩ଲକ୍ଷ ଟଙ୍କାର ବ୍ୟାଙ୍କ୍‍ ଓ ବୀମା ଜମା ସହ ଭୁବନେଶ୍ୱର ଓ ବ୍ରହ୍ମପୁରରେ ୭ଟି ପ୍ଲଟ ଠାବ କରିଥିଲା ଭିଜିଲାନ୍ସ। ଏଥିସହ ସୁନା ବିସ୍କୁଟ ଓ ଅଧ କିଲୋରୁ ଊର୍ଦ୍ଧ୍ବ ସୁନା ଗହଣା ଭିଜିଲାନ୍ସ ହାତରେ ଲାଗିଛି। ତଦନ୍ତ ଜାରି ରହିଛି, ତେଣୁ ସମ୍ପତ୍ତିର ପରିମାଣ ଆହୁରି ବଢିପାରେ ବୋଲି ଭିଜିଲାନ୍ସ କହିଛି।

- Advertisement -

 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories