www.samajalive.in
Saturday, December 13, 2025
26.1 C
Bhubaneswar

ଶିଶୁ କନ୍ୟାକୁ ନିଆରା ଶୈଳୀରେ ସ୍ୱାଗତ

ପୁଣେ : ଦୁନିଆରେ ଏବେ ମଧ୍ୟ ଅନେକ ସ୍ଥାନରେ ଶିଶୁ କନ୍ୟା ଜନ୍ମ ହେଲେ ମାତ୍ରେ ଅଳିଆଗଦାରେ ପକାଇ ଦେବା ହେଉ ନଚେତ୍‍ ପରିବାର ଲୋକେ ଅସନ୍ତୋଷ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହାସହ ଶିଶୁକୁ ହତ୍ୟାକରି ଫିଙ୍ଗି ଦେଉଥିବା ଘଟଣା ମଧ୍ୟ ଘଟୁଛି।
ବର୍ତ୍ତମାନ ସମୟରେ ଅନେକ ଲୋକେ ପୁତ୍ର ସନ୍ତାନ ପାଇଁ ଇଚ୍ଛୁକ ଥିବା ବେଳେ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶିକ୍ଷଣୀୟ ସହ ସମାଜକୁ ଏକ ମହତ ବାର୍ତ୍ତା ଦେଇଛି। ମହାରାଷ୍ଟ୍ରର ପୁଣେର ଏକ ପରିବାରରେ କନ୍ୟା ସନ୍ତାନ ଜନ୍ମ ହେବା ପରେ ନିଆରା ଢଙ୍ଗରେ ଉତ୍ସବ ପାଳନ କରିଛନ୍ତି। ଭିନ୍ନ ଶୈଳୀରେ ନବଜାତକୁ ଘରକୁ ସ୍ୱାଗତ କରିଛନ୍ତି। ପୁଣେର ଶେଲଗାଁଓର ଏକ ପରିବାର ନବଜାତ ଶିଶୁ କନ୍ୟାକୁ ହେଲିକପ୍ଟର ଯୋଗେ ଘରକୁ ଆଣି ସ୍ୱାଗତ କରିଛନ୍ତି।
ଶିଶୁ କନ୍ୟାଙ୍କ ପିତା କହିଛନ୍ତି, ଆମ ପରିବାରରେ ଶିଶୁ କନ୍ୟା ଆଦୌ ନଥିଲେ। ଏହି କାରଣରୁ ଆମେ ନିଜ ଶିଶୁର ଗୃହ ପ୍ରବେଶକୁ ସ୍ୱତନ୍ତ୍ର କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିଲୁ। ଲକ୍ଷେ ଟଙ୍କା ଖର୍ଚ୍ଚ କରି ଶିଶୁକୁ ଘରକୁ ଆଣିବା ପାଇଁ ହେଲିକପ୍ଟରର ବ୍ୟବସ୍ଥା କରିଥିଲୁ। ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥିବାରୁ ଆମେ ଖୁବ ଖୁସି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories