www.samajalive.in
Friday, December 5, 2025
26.1 C
Bhubaneswar

ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗିବା ଘଟଣା; ସତ କହିଲା ଅଭିଯୁକ୍ତ

ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲିଭଙ୍ଗିବା ଘଟଣା । ଘଟଣା ଉପରୁ ପର୍ଦ୍ଦାଫାସ କରିଛନ୍ତି ଏସପି କନୱର ବିଶାଲ ସିଂ । ଚିହ୍ନଟ କରାଯାଇଥିବା ବ୍ୟକ୍ତି ଧରାପଡ଼ିଥିବା ଏସପି ନିଜର ପ୍ରତିକ୍ରିୟାରେ କହିଛନ୍ତି । ତାହା ସହ ଏନେଇ ତଦନ୍ତ ଚାଲୁଥିବାରୁ ଅଭିଯୁକ୍ତର ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଅଭିଯୁକ୍ତର ଘର ଖୋର୍ଦ୍ଧାର ବେଗୁନିଆ ଅଞ୍ଚଳରେ । ତାର ନାଁ ଜେ. ମହାପାତ୍ର । ସେ ଶ୍ରୀମନ୍ଦିରରେ ଏପରି କାଣ୍ଡ ଭିଆଇଥିବା ସ୍ବୀକାର କରିଛି । ଘଟଣା ଦିନ ଅଭିଯୁକ୍ତ ଜଣକ ମନ୍ଦିରକୁ ଆସିବା ସହ ବୁଲାବୁଲି କରିଥିଲା । ବୁଲାବୁଲି କରିବା ସମୟରେ ନିଜକୁ ଭଲ ନଲାଗିବାରୁ ଚୁଲି ଭାଙ୍ଗିଥିଲା ବୋଲି କହିଛି ଅଭିଯୁକ୍ତ । ତେ​ବେ ସବୁଠାରୁ ବଡ଼ କଥା ହେଉଛି ଅଭିଯୁକ୍ତ ଜଣକର ମାନସିକ ସ୍ଥିତି ଠିକ୍‌ ନଥିବା ଅନୁମାନ କରାଯାଉଛି । ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିବ । ଆବଶ୍ୟକ ହେଲେ ପୁଲିସ ତାକୁ ରିମାଣ୍ଡରେ ଆଣିବ ବୋଲି ଏସପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories