ବ୍ୟାଙ୍କ ଆକାଉଣ୍ଟରୁ ଆଧାର ଡିଲିଙ୍କ ପାଇଁ ଦାବି କରିପାରିବେ ଗ୍ରାହକ

0

ନୂଆଦିଲ୍ଳୀ: ବ୍ୟାଙ୍କ ଆକାଉଣ୍ଟ ଓ ସିମ୍‍ କାର୍ଡ ପାଇଁ ଆଧାର ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟଙ୍କ ରାୟ ପରେ ଗ୍ରାହକଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଛି। ଗ୍ରାହକମାନେ ସେମାନଙ୍କ ଆଧାର ନମ୍ବର ଡିଲିଙ୍କ କରିବା ପାଇଁ ବ୍ୟାଙ୍କ ଶାଖା, ମୋବାଇଲ୍‍ ସେବା ପ୍ରଦାନକାରୀ ସଂସ୍ଥା, ବୀମା ସଂସ୍ଥା, ମ୍ୟୁଚୁଆଲ୍‍ ଫଣ୍ଡ ସଂସ୍ଥାଙ୍କୁ କହିପାରିବେ।
ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ଉପଭୋକ୍ତାମାନେ ସେମାନଙ୍କ ଆଧାର ନମ୍ବର ଡିଲିଙ୍କ କରିବା ପାଇଁ ସେବା ପ୍ରଦାନକାରୀ ସଂସ୍ଥାଙ୍କୁ ବାଧ୍ୟ କରିପାରିବେ। ଯେଉଁଠାରେ ନିତାନ୍ତ ଆବଶ୍ୟକ ସେଠାରେ ପରିଚୟ ପତ୍ରର ବିକଳ୍ପ ଭାବରେ ଉପଭୋକ୍ତାଙ୍କୁ ପାସ୍‍ପୋର୍ଟ, ଭୋଟର ପରିଚୟପତ୍ର କିମ୍ବା ବ୍ୟାଙ୍କ ଷ୍ଟେଟ୍‍ମେଣ୍ଟ ଦେବାକୁ ପଡ଼ିବ। ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଆଧାର ଡିଲିଙ୍କ ପାଇଁ ଟେଲିକମ୍‍ ମନ୍ତ୍ରାଳୟ ଓ ଆରବିଆଇର ବିଜ୍ଞପ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।

Leave A Reply