www.samajalive.in
Monday, December 8, 2025
13.1 C
Bhubaneswar

୧୧ଜଣ ତାଇକୋଣ୍ଡୋ ଖେଳାଳିଙ୍କୁ ବ୍ଲାକ୍‍ବେଲ୍ଟ ପ୍ରଦାନ

ଆଠଗଡ: ଆଠଗଡରେ ପ୍ରତିଷ୍ଠିତ କଟକ ଆସୋସିଏସନ ପକ୍ଷରୁ ସମସରପୁର  କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ୧୧ଜଣ ତାଇକୋଣ୍ଡୋ ଖେଳାଳିଙ୍କୁ ଦକ୍ଷିଣ କୋରିଆରୁ ମିଳିଥିବା ବ୍ଲାକ୍‍ବେଲ୍ଟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରବିବାର ସମସରପୁର କଲ୍ୟାଣ ମଣ୍ଡପଠାରେ ଶିକ୍ଷକ ନୀଳମଣି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ମୁଖ୍ୟଅତିଥି ତହସିଲଦାର ପ୍ରିୟବ୍ରତ ଦାସ, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ, ସମିତି ସଭ୍ୟା ଲିଲି ମହାପାତ୍ର, ଶିକ୍ଷକ ଅଶୋକ କୁମାର ସାହୁ, ସଂଘର ରାଜ୍ୟସ୍ତରୀୟ ସଂପାଦକ ରବିନାରାୟଣ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଇକୋଣ୍ଡୋ ଖେଳାଳୀମାନଙ୍କର ଏହି ସଫଳତା କେବଳ ଆଠଗଡ ବା କଟକ ନୁହେଁ ବରଂ ରାଜ୍ୟପାଇଁ ଗୌରବର କଥା ବୋଲି ମତବ୍ୟକ୍ତ କରିଥିଲେ ।

ଖେଳାଳୀମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳିଲେ ସେମାନେ ଆନ୍ତର୍ଜାତୀୟସ୍ତରରେ ମଧ୍ୟ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଦେଶ ପାଇଁ ସୁନାମ ଆଣିପାରିବେ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏଥିରେ ଉନ୍ନତ ଖେଳ ପ୍ରଦର୍ଶନ, ପ୍ରଶିକ୍ଷଣ ସହିତ ଖେଳ ସଂପର୍କୀତ ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ୧୧ଜଣ ଖେଳାଳୀଙ୍କୁ ଦକ୍ଷିଣ କୋରିଆରୁ ମିଳିଥିବା ବ୍ଲାକ୍‍ବେଲ୍ଟ ଓ ପ୍ରମାଣପତ୍ର ମୁଖ୍ୟଅତିଥି ପ୍ରଦାନ କରିଥିଲେ । ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିବା ପ୍ରଶିକ୍ଷକ ସୁଧାକର ଜେନା ଓ ରଜନୀକାନ୍ତ ବେହେରାଙ୍କ ସମେତ ଆଠଗଡ, ତିଗିରିଆ, କାମାକ୍ଷାନଗର ଓ ଢେଙ୍କାନାଳର ୧୪୬ଜଣ ତାଇକୋଣ୍ଡୋ ଖେଳାଳି ଯୋଗଦାନ କରିଥିଲେ ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories