www.samajalive.in
Saturday, December 13, 2025
15.1 C
Bhubaneswar

ଦିବ୍ୟାଙ୍ଗ ପାମ୍ପଡ ବିକାଳୀଙ୍କୁ ଟ୍ରାଇ ସ୍କୁଟର ପ୍ରଦାନ କଲେ ବିଧାୟକ

ପିପିଲି :ପିପିଲି ବ୍ଲକ ଅନ୍ତର୍ଗତ ଯଶୁଆପୁର ପଞ୍ଚାୟତ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ପାମ୍ପଡ ବ୍ୟବସାୟୀ ରାଜକିଶୋର ସ୍ୱାଇଁଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇ ସ୍କୁଟର ଉପହାର ଦେଇଛନ୍ତି ବିଧାୟକ ରୁଦ୍ରପ୍ରତାପ ମହାରଥୀ । ପବିତ୍ର ଉତ୍କଳ ଦିବସ ଅବସରରେ ବିଧାୟକଙ୍କ ଠାରୁ ଏହି ଉପହାର ମିଳିବା ପରେ ରାଜକିଶୋରଙ୍କ ପରିବାରରେ ଆନନ୍ଦର ଲହରି ଖେଳିଯାଇଛି ।

କୁମାରେଶ୍ୱର ଗ୍ରାମର ରାଜକିଶୋର ସ୍ୱାଇଁ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ ସେ ନିଜର ଭଙ୍ଗା ସାଇକେଲ୍‍ରେ ନଳି ଓ ପାମ୍ପଡ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ରାଜକିଶୋରଙ୍କ ଠାରୁ ରାସ୍ତା ଉପରେ ବିଧାୟକ ରୁଦ୍ରପ୍ରତାପ ନଳିପାମ୍ପଡ କିଣି ଖାଇବା ସହ ତାଙ୍କ ଦୁଃଖ ଶୁଣିଥିଲେ । ତାଙ୍କୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସ୍କୁଟର ପ୍ରଦାନ କରିବାକୁ ଶ୍ରୀମହାରଥୀ ସେତେବେଳେ ପ୍ରତିଶୃତି ଦେଇଥିଲେ । ତଦନୁଯାଇ ପବିତ୍ର ଉତ୍କଳ ଦିବସ ଅବସରରେ ଗାୟତ୍ରୀ ଦେବୀ ଗୃପ ସହାୟତାରେ ବିଧାୟକ ଶ୍ରୀମହାରଥୀ ରାଜକିଶୋରଙ୍କୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ କୁମାରେଶ୍ୱର ମେଳଣ ପଡିଆ ଠାରେ ଏହି ବ୍ୟାଟେରୀ ଚାଳିତ ଟ୍ରାଇ ସ୍କୁଟରକୁ ଉପହାର ଦେଇଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ଧର୍ମପତ୍ନୀ ଆଇନଜୀବୀ ଜାଗୃତୀ ପଣ୍ଡା ମହାରଥୀ, ଗାୟତ୍ରୀ ଦେବୀ ଗ୍ରୁପ ନିର୍ଦ୍ଦେଶିକା ନିରୁପମା ବିଶ୍ୱାଳ, ଭାଇସ ଚ୍ୟାୟାରମ୍ୟାନ ଚିତ୍ତରଞ୍ଜନ ଦେବତା, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୁରୀ ଜିଲା ବିଜେଡି ସାଧାରଣ ସଂପାଦକ କିଶୋର ଛୋଟରାୟ, ସଂପାଦକ ସତ୍ୟଜିତ ରାୟଚୌଧୁରୀ, ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ସାମ୍ବାଦିକ ରାକେଶ ରୋଶନ ମହାନ୍ତି, ସମିତିସଭ୍ୟ ରଶ୍ମୀରଞ୍ଜନ ଭଟ୍ଟ, ଯୁବନେତା ଆଶିଷ ବରାଳ, ଲିଙ୍କନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories