www.samajalive.in
Saturday, December 13, 2025
15.1 C
Bhubaneswar

ଚାଷ ଜମିରେ ଖସିପଡିଲା ପାଣିପାଗ ବିଭାଗର ଡିଭାଇସ ‘ରେଡିଓସୋଣ୍ଡେ: ଏସ୍‍ଏସ୍‍ ସୋଣ୍ଡେ ୦୧’

ପିପିଲି:ପିପିଲି ନିକଟବର୍ତ୍ତି ସଁପୁର ପଞ୍ଚାୟତ ଅନ୍ତର୍ଗତ ଜୁଣୁପଡିଆ ଗ୍ରାମ ସ୍ଥିତ ଏକ ଚାଷଜମି ମଧ୍ୟରେ ପାଣିପାଗ ବିଭାଗର ଏକ ବେଲୁନ୍‍ ସହ ଡିଭାଇସ୍‍ ‘ରେଡିଓସୋଣ୍ଡେ: ଏସ୍‍ଏସ୍‍ ସୋଣ୍ଡେ ୦୧’ ଖସି ପଡିଥିବା ସୂଚନା ମିଳିଛି। ଏହାକୁ ଦେଖିବା ପାଇଁ ସେଠାରେ ଲୋକଙ୍କ ଭିଡ ଲାଗିଥିବା ବେଳେ ଚାଷଜମିର ମାଲିକ ଅଜୟ କୁମାର ବେହେରା ଉକ୍ତ ଡିଭାଇସ୍‍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ରଖିଛନ୍ତି।
କଣାସ ଥାନାରେ ହୋମଗାର୍ଡ ଥିବା ଜୁଣୁପଡିଆ ଗ୍ରାମର ଅଜୟ କୁମାର ବେହେରା ଶନିବାର ସକାଳେ ନିଜ ଚାଷଜମିକୁ ଯିବାବେଳେ ସେଠାରେ ଉକ୍ତ ଡିଭାଇସଟି ଖସି ପଡିଥିବା ଦେଖିବାକୁ ପାଇଥିଲେ। ଆକାଶରେ ଉଡୁଥିବା ୬ଫୁଟ୍‍ ଗୋଲେଇର ଏକ ବେଲୁନ୍‍ ଉକ୍ତ ଜମି ସଂଲଗ୍ନ ଏକ ନଡିଆଗଛରେ ଲାଗିଯାଇଥିଲା। ଉକ୍ତ ବେଲୁନ୍‍ରେ ଲାଗିଥିବା ଏହି ଛୋଟ ଡିଭାଇସ ତାଙ୍କ ବିଲ ମଧ୍ୟରେ ଖସି ପଡିଥିଲା। ୬ଇଞ୍ଚ ଲମ୍ବ, ୪ଇଞ୍ଚ ଚଉଡା ଓ ୩ଇଞ୍ଚ ମୋଟେଇର ସୋଲ ଖୋଳ ମଧ୍ୟରେ ଡିଭାଇସଟି ରହିଥିବା ବେଳେ ସେଥିରେ ଟ୍ରାଞ୍ଜିଷ୍ଟର ଓ ସେନ୍ସର ଲାଗିଥିବା ପରିଲକ୍ଷିତ ହୋଇଥିଲା। ଉକ୍ତ ଡିଭାଇସ ମଧ୍ୟରେ ନାଲି ରଙ୍ଗର ଲାଇଟ୍‍ ଧପଧପ ହୋଇ ଜଳୁଥିବା ପରିଲକ୍ଷିତ ହୋଇଛି। ଉକ୍ତ ଡିଭାଇସ୍‍ରେ ‘ରେଡିଓସୋଣ୍ଡେ: ଏସ୍‍ଏସ୍‍ ସୋଣ୍ଡେ ୦୧’ ଲେଖାଥିବା ବେଳେ ସେଥିରେ ଲେଖାଥିବା ୱେବ୍‍ସାଇଟ୍‍ର ତଥ୍ୟ ଅନୁଯାଇ ଏହି ଯନ୍ତ୍ରକୁ ପାଣିପାଗର ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ପାଣିପାଗର ସଠିକ୍‍ ପୂର୍ବାନୁମାନ କରାଯିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଏହା ଦ୍ୱାରା ତାପମାତ୍ରା, ବାୟୁଚାପ, ବାୟୁର ଆଦ୍ରତା, ବାୟୁର ଦିଗ ଓ ବାୟୁର ବେଗ ଆଦି ସଂପର୍କରେ ସୂଚନା ମିଳିଥାଏ। ଏହା ଜିପିଏସ ବ୍ୟବସ୍ଥା ଥିବା ବାୟୁବିଜ୍ଞାନ ଓ ପାଣିପାଗ ବିଜ୍ଞାନ ସଂପର୍କୀତ ଧ୍ୱନୀକର ଡିଭାଇସ୍ ହୋଇଥିବା ବେଳେ ଏହା ସ୍ୱୟଂଚାଳିତ ଭାବେ ପାଣିପାଗର ତଥ୍ୟ ସଂଗ୍ରହ କରି ପ୍ରେରଣ କରିଥାଏ ବୋଲି ୱେବ୍‍ସାଇଟ୍‍ରୁ ସୂଚନା ମିଳିଛି। ଏହି ଡିଭାଇସକୁ ଦେଖି ପ୍ରଥମେ ଲୋକଙ୍କ ମଧ୍ୟରେ ଅଜଣା ଭୟ ସୃଷ୍ଟି ହୋଇଥିଲା। ପରେ ଏହାକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଥିବା ପରିଲକ୍ଷିତ ହୋଇଥିଲା।

 

- Advertisement -

ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦେଶକ ଏଚ.ଆର.ବିଶ୍ବାସ କହିଛନ୍ତି ଯେ ତାପମାତ୍ରା, ବାୟୁଚାପ, ବାୟୁର ଆଦ୍ରତା, ବାୟୁର ଦିଗ ଓ ବାୟୁର ବେଗ ଆଦି ସଂପର୍କରେ ଜାଣିବା ପାଇଁ ଡିଭାଇସ ‘ରେଡିଓସୋଣ୍ଡେ: ଏସ୍‍ଏସ୍‍ ସୋଣ୍ଡେ ୦୧’ ଏକ ବେଲୁନ ସହିତ ଛଡ଼ା ଯାଇଥିଲା। ଆଜି ସକାଳୁ ଏସବୁ ତଥ୍ୟ ହାସଲ କରାଯାଇ ସାରିଛି। ଏହି ଡିଭାଇସ ପାଇଥିବା ବ୍ୟକ୍ତି ତାହାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories