www.samajalive.in
Friday, December 12, 2025
19.1 C
Bhubaneswar

ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜନ ନେଇ ଆୟୋଜିତ ହେଲା ସମନ୍ୱୟ ପ୍ରସ୍ତୁତି ବୈଠକ

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କଲମପୁର ସମିତି ସଭାଗୃହ ଠାରେ ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଏକ ସମନ୍ୱୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ ସମିତି ଅଧ୍ୟକ୍ଷା ଶ୍ରୀମତୀ ମୋତି ବିହାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶିବାଶିଷ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ। ବିଡିଓ ପ୍ରସନ୍ନ କୁମାର ପଟେଲ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଡାକ୍ତର ସମ୍ବିତ ମହାନ୍ତି, ଡାକ୍ତର ଅମୁଲ୍ୟ କୁମାର ବେହେରାଙ୍କ ସମେତ ବ୍ଲକରେ କାର୍ଯ୍ୟରତ ସମସ୍ତ ବିଭାଗର ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଜିଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।

 

- Advertisement -

ଏହି ସ୍ୱାସ୍ଥ୍ୟ ମେଳାରେ ସମସ୍ତ ବିଭାଗର ସହଯୋଗ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସ୍ୱାଇଁ ଅନୁରୋଧ କରିଥିଲେ। ଏହି ମେଳା ଆୟୋଜନ ଦ୍ୱାରା କେବଳ ସ୍ୱାସ୍ଥ୍ୟ ନୁହେଁ ସରକାରଙ୍କ ଅନ୍ୟ ସମସ୍ତ ଯୋଜନା ସମ୍ବନ୍ଧରେ ଲୋକଙ୍କୁ ସଚେତନ କରାଯାଇ ପାରିବ ବୋଲି ବୁଝାଇଥିଲେ। ଏଥିପାଇଁ ଏକ ଦିନ ଧାର୍ଯ୍ୟ କରାଯାଇ ସମସ୍ତଙ୍କୁ ଅବଗତ କରାଯିବ ଓ ବ୍ଲକର ଲୋକ କିଭଳି ଏହାର ଫାଇଦା ନେଇ ପାରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବେ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିପାଇଁ ଏହି ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ସମନ୍ୱୟ ବୈଠକ ଆୟୋଜନ କରାଯାଇଥିବା ସୂଚନା ଦେଇଥିଲେ। ଏହି ବୈଠକକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ କୁମାର ଶଗଡିଆ ପରିଚାଳନା କରିଥିଲେ।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories