www.samajalive.in
Sunday, December 7, 2025
16.1 C
Bhubaneswar

ସୁପ୍ରିମକୋର୍ଟ ଜଜ୍‍ଙ୍କ ଦ୍ଵାରା ଭର୍ଚୁଆଲ କୋର୍ଟ ଓ ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଉଦଘାଟିତ

ନବରଙ୍ଗପୁର :  ଆଜି ସକାଳ ୯.୪୦ ମି. ସମୟରେ ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ନ୍ୟାୟମୁର୍ତ୍ତୀ ଡି. ୱାଇ. ଚନ୍ଦ୍ରଚୁଡ ଆଭାଷୀ (ଭର୍ଚୁଆଲ) ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା କୋର୍ଟ ପରିସରରେ ଭର୍ଚୁଆଲ କୋର୍ଟ ରୁମ୍, ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ଓ ସାକ୍ଷୀ ପ୍ରତୀକ୍ଷା ଗୃହର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ତାଙ୍କ ଉଦଘାଟନୀ ଅଭିଭାଷଣରେ କହିଥିଲେ , ଏହି କେନ୍ଦ୍ର ଦ୍ବାରା ମହିଳା, ନାବାଳକ ସାକ୍ଷୀ ମାନଙ୍କ ସହ ସାକ୍ଷ ପ୍ରଦାନ ପାଇଁ ପ୍ରତିପକ୍ଷଙ୍କ ଠାରୁ ଭୟ କିମ୍ବା ଧମକ ପାଉଥିବା ସାକ୍ଷୀ ମାନେ ନିର୍ଭୟର ସହ ସାକ୍ଷ ପ୍ରଦାନ କରିପାରିବେ ।
ଏଥି ଦ୍ଵାରା ମାମଲା ଗୁଡ଼ିକର ଅବାଧ ବିଚାରଣା ହେବା ସଙ୍ଗେ ସଙ୍ଗେ ଜନ ସାଧାରଣ ଉଚିତ୍ ନ୍ୟାୟ ପାଇପାରିବେ। ପ୍ରାରମ୍ଭରେ ହାଇକୋର୍ଟ ବିଚାରପତି ବିଶ୍ୱଜିତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସୁପ୍ରିମକୋର୍ଟ ଇ-କମିଟି ଉପାଧ୍ୟକ୍ଷ ଆର୍.ସି.ଚଭନ, ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ର ଅଧ୍ୟକ୍ଷା ଗୀତା ମିତ୍ତଲ, ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲିଧର ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା ସୁରକ୍ଷିତ ସାକ୍ଷ ଗ୍ରହଣ କେନ୍ଦ୍ର ର ସଦସ୍ୟ ନ୍ୟାୟମୂର୍ତ୍ତୀ ଶ୍ରୀ ବିଭୁ ପ୍ରସାଦ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ। କଟକ ଜୁଡିସିଆଲ ଏକାଡେମୀ ଠାରେ ହୋଇଥିବା ଏହି ଉଦଘାଟନୀ ସମାରୋହରେ ଅନ୍ୟ ବିଚାରପତି ମାନେ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ସଞ୍ଜୀବ ଦୁବେ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତି ସାହା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଅନ୍ନପୂର୍ଣ୍ଣା ନାୟକ, ଏସ୍ ଡି ଜେ ଏମ୍ ପ୍ରିୟରଞ୍ଜନ ଓଝା, ଜିଲ୍ଲା ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ ସଭାପତି ବିଧୁ ଶେଖର ତ୍ରିପାଠୀ, ସରକାରୀ ଆଇନଜୀବୀ ସଚ୍ଚିନନ୍ଦନ ସ୍ୱାଇଁ, ଆଇନଜୀବୀ ସୁରଜ କୁମାର ନାୟକ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories