www.samajalive.in
Monday, December 8, 2025
14.1 C
Bhubaneswar

ଏମିତି ପର୍ସ ବ୍ୟବହାର କଲେ, ମିଳିବ ଶୁଭଫଳ, ଦୂର ହେବ ସମସ୍ୟା

ବାସ୍ତୁ ଅନୁଯାୟୀ ପର୍ସ ରଖିବାକୁ ପରାମର୍ଶ ଦିଆଯାଇଥାଏ। ଏହାସହ ରଙ୍ଗର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ଅଧିକାଂଶ ଲୋକେ କଳାରଙ୍ଗର ପର୍ସ ବ୍ୟବହାର କରନ୍ତି। ତେବେ ଜାଣନ୍ତୁ କେଉଁ ରଙ୍ଗର ପର୍ସ ରଖିବା ଦ୍ୱାରା ଟଙ୍କାର ଅଭାବ ହୋଇନଥାଏ।
ମେଷ,ସିଂହ ଓ ଧନୁ ରାଶିର ବ୍ୟକ୍ତି ବିଶେଷ ଲାଲ କିମ୍ବା ନାରଙ୍ଗୀ ରଙ୍ଗର ପର୍ସ ରଖିବା ଶୁଭଙ୍କର।
ବୃଷ,କନ୍ୟା ଓ ମକର ରାଶିର ବ୍ୟକ୍ତିବିଶେଷ ମାଟିଆ ରଙ୍ଗର ପର୍ସ ଅଧିକ ବ୍ୟବହାର କରିବା ଉଚିତ।
ମିଥୁନ,ତୁଳା ଓ କୁମ୍ଭ ରାଶିର ବ୍ୟକ୍ତି ବିଶେଷ ନୀଳ ରଙ୍ଗ,ଧଳା ରଙ୍ଗର ପର୍ସ ବ୍ୟବହାର କରିବା ଦ୍ୱାରା ମାନସିକ ଶାନ୍ତି ସହ ଧନର ଅଭାବ ହୋଇନଥାଏ।
କର୍କଟ,ବିଛା ଓ ମୀନ ରାଶିର ବ୍ୟକ୍ତି ବିଶେଷ ସର୍ବଦା ସବୁଜ ଓ ଧଳା ରଙ୍ଗର ପର୍ସ ବ୍ୟବହାର କରନ୍ତୁ।
ପର୍ସରେ ଲାଲ ରଙ୍ଗର କାଗଜରେ ନିଜ ଇଚ୍ଛା ଲେଖି ଏହାକୁ ଏକ ରେଶମୀ ସୂତାରେ ବାନ୍ଧି ନିଜ ପର୍ସରେ ରଖିବା ଦ୍ୱାରା ଶୁଭଙ୍କର ହୋଇଥାଏ।
ସେହିପରି ମେଷ ଲାଲ କିମ୍ବା ମାଟିଆ, ବୃଷ ଧଳା କିମ୍ବା ଫିକା ମାଟିଆ, ମିଥନୁ ପାଉଁଶିଆ କିମ୍ବା ସବୁଜ,କର୍କଟ ଫିକା ମାଟିଆ କିମ୍ବା ଧଳା,ସିଂହ ଲାଲ କିମ୍ବା ମାଟିଆ, କନ୍ୟା ମିଶ୍ରିତ ରଙ୍ଗ, ହାଲକା ରଙ୍ଗ, ତୁଳା ଫିକା ମାଟିଆ କିମ୍ବା ଧଳା, ବିଛା ପାଉଁଶିଆ କିମ୍ବା ମାଟିଆ, ଧନୁ ଲାଲ କିମ୍ବା ଗାଢ ମାଟିଆ, ମକର ପାଉଁଶିଆ କିମ୍ବା କଳା , କୁମ୍ଭ କଳା କିମ୍ବା ମାଟିଆ ,ମୀନ ହାଲକା ମାଟିଆ କିମ୍ବା ହଳଦିଆ ରଙ୍ଗର ପର୍ସ ମଧ୍ୟ ବ୍ୟବହାର କରିପାରିବେ।
ମାନ୍ୟତା ଅନୁଯାୟୀ, ଉଭୟ ପୁରୁଷ ଓ ମହିଳା ଏହାକୁ ବ୍ୟବହାର କରିପାରିବେ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories