www.samajalive.in
Sunday, December 7, 2025
13.1 C
Bhubaneswar

ଜିଲ୍ଲାସ୍ତରୀୟ ୮୭ ତମ ଓଡିଶା ଦିବସ ପାଳିତ

ଭବାନୀପାଟଣା : ଓଡିଶାକୁ ଭାଷା ଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଦାବୀ ନେଇ ୧୯୦୩ ମସିହାରୁ ଆରମ୍ଭ କରାଯାଇଥିବା ଦୀର୍ଘ ୩୩ ବର୍ଷର ସଂଘର୍ଷ ୧ ଏପ୍ରିଲ ୧୯୩୬ ମସିହାରେ ଫଳିଭୁତ ହୋଇଥିଲା। ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତୀ, ଗଙ୍ଗାଧର ମେହେର, ବାସୁଦେବ ସୁଢଳ ଦେବ, ରାଧାନାଥ ରାୟ, ଭୁବନାନନ୍ଦ ଦାସ ଆଦି ଓଡିଶାର ବରପୁତ୍ରଙ୍କ ଦୀର୍ଘ ବର୍ଷର ପ୍ରଚେଷ୍ଟାର ଫଳସ୍ୱରୁପ ବ୍ରିଟିଶ ସରକାର ଏହି ଦିନ ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଇଥିଲେ। ଏହି ପରିପ୍ରେକ୍ଷିରେ ଆଜି ଏପ୍ରିଲ ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ବା ଉତ୍କଳ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଓ ଭବାନୀପାଟଣା ନଗରପାଳିକା ସଂଯୁକ୍ତା ବେହେରା, ଓକିଲ ସଂଘ ସଭାପତି ସୁବ୍ରତ ବହିଦାର ପ୍ରମୁଖ ଜିଲ୍ଲା ଦୌରା ଜଜଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥାପିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ବରପୁତ୍ରଙ୍କୁ ସମ୍ମାନୀତ କରିଥିଲେ। ଏହି ଅବସରରେ ଭବାନୀପାଟଣା ସହରରେ ଘୋଡାଘାଟ ଛକ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସ, ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ, ରେଳ ଷ୍ଟେସନ୍ ଛକ ଓ ନକଟିଗୁଡା ଛକ ଡ. ବି.ଆର୍ ଆମ୍ବେଦକର, ଡିଆଇଇଟି ପରିସରରେ ଥିବା ଗଙ୍ଗାଧର ମେହେର, ମେଡିକାଲ ଛକରେ ଥିବା ବିଜୁ ପଟ୍ଟନାୟକ, ଗାନ୍ଧୀଛକରେ ଥିବା ମହାତ୍ମାଗାନ୍ଧୀ, ଲାଲବାହାଦୁର ଶାସ୍ତ୍ରୀ ଷ୍ଟେଡିୟମରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ, ମାଣିକେଶ୍ୱରୀ ହାଇସ୍କୁଲଛକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ କଲେଜଛକରେ ସୁବାଶ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏହି ଅବସରରେ କୃଷି ମହାବିଦ୍ୟାଳୟ ସଭାଗୃହରେ ୮୭ ତମ ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳିତ ହୋଇଥିଲା।

ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଏସ୍ପି ଡ. ଶ୍ରବଣ ବିବେକ ଏମ୍., ଭବାନୀପାଟଣା ନଗରପାଳିକା ସଂଯୁକ୍ତା ବେହେରା ସମେତ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୂଳପତି ଡ. ସଂଜୟ କୁମାର ଶତପଥି ପ୍ରମୁଖ ଯୋଗଦେଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା ପରିଚାଳନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories