www.samajalive.in
Tuesday, December 9, 2025
26.1 C
Bhubaneswar

ହାତ ଗୁଞ୍ଜା ଦିଅ ଓ ନିୟମ ଉଲ୍ଲଂଘନ କର! ଲକ୍ଷ୍ମୀ ଟକିଜ ଛକରେ ପୁଲିସ ଉପସ୍ଥିତିରେ ଟ୍ରାଫିକ ନିୟମ ଉଲ୍ଲଂଘନ

ସମ୍ବଲପୁର: ସମ୍ବଲପୁରରେ ସାଧାରଣ ଜନତାଟିଏ ଟିକିଏ ଟ୍ରାଫିକ ନିୟମ ଉଲ୍ଲଂଘନ କରିବା ମାତ୍ରେ ମୋଟା ଅଙ୍କରର ଜରିମାନା ପୁଲିସ ଓ ଟ୍ରାଫିକ ବିଭାଗ କାଟି ଚାଲାଣ ଧରାଇ ଦେଉଛନ୍ତି। ସମ୍ବଲପୁରର ସବୁସମୟରେ ବ୍ୟସ୍ତବହୁଳ ଅଞ୍ଚଳ ଲକ୍ଷ୍ମୀ ଟକିଜ ଛକରେ ପୁଲିସ ଓ ଟ୍ରାଫିକ ମିଳିତ ଭାବରେ ଜରିମାନା ଆଦାୟ ନିମନ୍ତେ ପ୍ରତି ଦିନ ଜାଲ ବିଛାଇ ବସିବା ଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଚୋର ଡକାୟତ ଭଳି ବ୍ୟବହାର କରି କଳେବଳେ କୌଶଳେ ଅଟକାଇ ଜରିମାନା ଆଦାୟ କରୁଛନ୍ତି। ଅଥଚ ଲକ୍ଷ୍ମୀ ଟକିଜ ଛକରେ ମଝି ରାସ୍ତାରେ ବସଗୁଡିକ ଅଟକାଇ ଯାତ୍ରୀ ଉଠାଇବା, ଗୋଟିଏ ବସରୁ ଅନ୍ୟ ବସକୁ ସାମଗ୍ରୀ ବୋହିବା ଆଦି କାମ ଚାଲିଥିବା ସତ୍ୱେ କିନ୍ତୁ ପୁଲିସ ତାକୁ ସମ୍ପୁର୍ଣ୍ଣ ଅଣଦେଖା କରୁଛି।

ଏଭଳି ଏକ ଘଟଣାରେ ଟାଉନ ଓ ଟ୍ରାଫିକ ପୁଲିସ ଥାନାରୁ ମାତ୍ର ୫୦ ମିଟର ଦୂରରେ ଥିବା ଲକ୍ଷ୍ମୀ ଟକିଜ ଛକରେ ରାତ୍ର ପ୍ରାୟ ୧୦ଟା ସମୟରେ ଦୁଇଟି ବେସରକାରୀ ବସ ଅଚାନକ ଆସି ଛିଡା ହେବା ସହିତ ଅନେକ ସମୟ ଧରି ଗୋଟିଏ ବସରୁ ଅନ୍ୟ ବସକୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତରଣ କରିଥିଲେ। ଫଳରେ ପ୍ରାୟ ଅଧ ଘଣ୍ଟା ଧରି ଟ୍ରାଫିକ ଜାମ ହେବାରୁ ଟାଉନ ଥାନା ପିସିଆର ଗାଡି ଆସି ବସ ଚାଳକମାନଙ୍କୁ ବସ ହଟାଇବା ନିମନ୍ତେ ତାଗିଦ କରିଥିଲା। କିନ୍ତୁ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ହାତଗୁଞ୍ଜା ମିଳିବା ମାତ୍ରେ ପୁଲିସ ଗାଡି ଅଞ୍ଚଳରୁ ଗାୟବ ହୋଇ ଯାଇଥିବା ବେଳେ ବସଗୁଡିକ ସେମାନଙ୍କ ସାମଗ୍ରୀ ସ୍ଥାନାନ୍ତରଣ କରିବା ପରେ ଯାଇ ହଟିଥିଲେ। ଅପରପକ୍ଷରେ ଏହାକୁ ନେଇ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ବ୍ୟସ୍ତବହୁଳ ଲକ୍ଷ୍ମୀ ଟକିଜ ଛକରେ ପ୍ରବଳ ଟ୍ରାଫିକ ଜାମ ହୋଇ ରହିଥିଲା। ଏଭଳି ସ୍ଥିତି ଦେଖି ଲୋକେ ‘ହାତ ଗୁଞ୍ଜା ଦିଅ ଓ ନିୟମ ଉଲ୍ଲଂଘନ କର’ ବୋଲି ପୁଲିସ ବିଭାଗକୁ କଟାକ୍ଷ କରୁଥିବାର ଦେଖାଯାଇଥିଲା। ଯଦି ଥାନାରୁ ମାତ୍ର ୫୦ ମିଟର ଦୂରରେ ଦୀପ ତଳ ଅନ୍ଧକାର ଭଳି ସ୍ଥିତ ଅଛି ତ ବାକି ସହରର ଅବସ୍ଥା ସହଜେ ଅନୁମେୟ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories