www.samajalive.in
Thursday, December 11, 2025
16.1 C
Bhubaneswar

ଆଦର୍ଶ ଗାଁ ଲୋକଙ୍କୁ ମିଳୁନି ପିଇବା ପାଣି: ଚାଲିବାକୁ ପଡୁଛି ୧କିମି, ସଂଗ୍ରହ ପାଇଁ ଯାଉଛି ଦୈନିକ ୮ ଘଣ୍ଟା

ହରଭଙ୍ଗା: ଖରାଦିନ ଆସିଲା ମାତ୍ରେ ଅନେକ ଗାଁରେ ପିଇବା ପାଣି ସମସ୍ୟା ମୁଣ୍ଡ ଟେକିଥାଏ। ଗ୍ରାମାଞ୍ଚଳ ଲୋକେ ପିଇବା ପାଣି ଟୋପାଏ ସଂଗ୍ରହ ପାଇଁ ସଂଘର୍ଷ କରୁଥିବା ବିକଳବିତ୍ରକୁ ଲକ୍ଷ୍ୟକଲେ ସରକାରଙ୍କ ଜନହିତକର ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠେ? ଏଭଳି ଏକ ଚିତ୍ର ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ନାକତଳେ ଥିବା ସରସରା ପଞ୍ଚାୟତର ଆଦର୍ଶ ଗାଁ ମାଉଲଶିଙ୍ଗା, ସାନବାଗବର ଏବଂ କାଲେଶ୍ୱର ଭଳି ତିନୋଟି ଗାଁରେ ଦେଖିବାକୁ ମିଳିଛି। ପଞ୍ଚାୟତର ୯ନଂ ଓାର୍ଡ ଅର୍ନ୍ତଗତ ଆଦର୍ଶ ଗାଁ ମାଉଲସିଙ୍ଗା, ସାନବାଗବର ଭଲି ଦୁଇଟି ଗାଁରେ ୭ଶହରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି। ସେହିପରି ୧୨ନଂ ଓାର୍ଡ ଅର୍ନ୍ତଗତ କାଲେଶ୍ୱରରେ ୩୩୫ଜଣ ଲୋକ ବସବାସ କରନ୍ତି। ଏହି ଦୁଇ ଗାଁରେ ଖଦାଳ, ଧୀବର ଭଳି ଅନୁସୂଚିତଜାତି ସମ୍ପ୍ରଦାୟର ଶତକଡା ୯୦ ପ୍ରତିଶ୍ରତ ଲୋକ ବସବାସ କରନ୍ତି।

 

- Advertisement -

ଜିଲାପାଳଙ୍କ କାର୍ଯ୍ୟାଳୟ ହାତପାହାନ୍ତାରେ ହରଭଙ୍ଗା ବ୍ଲକ ଅଧିନରେଥିବା ଏହି ତିନି ଗାଁର ପାଖାପାଖି ୧୧ଶହ ଲୋକ ବର୍ତମାନ ପିଈବା ପାଣି ଟୋପାଏ ପାଇଁ ସଂଘର୍ଷ କରୁଥିବା​ ଦେଖିବାକୁ ମିଳିଛି। ଗାଁ ପାଖରୁ ଏକ କିଲୋମିଟର ଦୂରରେଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ପାଣି ପାଇପରୁ ଧାଡିରେ ଠିଆ ହୋଇ ଜଳ ସଂଗ୍ରହ କରନ୍ତି।ୂଜଳ ସଂଗ୍ରହ ପାଇଁ ଗାଁ ଲୋକେ ଦିନକୁ ୮ଘଣ୍ଟା ପରିଶ୍ରମ କରନ୍ତି। ଜିଲା ସଦର ମହକୁମା ହାତପାହାନ୍ତାରେଥିବା ଆଦର୍ଶ ଗାଁ ଲୋକଙ୍କ ପାଣି ସମସ୍ୟାକୁ ଲକ୍ଷ୍ୟକଲେ ଗ୍ରାମାଞ୍ଚଳ ଲୋକଙ୍କ କଥା ଏଥିରୁ ବୁଝାପଡେ। ପିଇବା ପାଣି ପାଇଁ ସଂଘର୍ଷ କରୁଥିବା ଗାଁ ଲୋକଙ୍କୁ ତୁରନ୍ତ ପାଣି ଯୋଗାଇବା ପାଇଁ ଗ୍ରାମର ରବିନ୍ଦ୍ର ବେହେରା, ଉମାକାନ୍ତ ବେହେରା, ହାଡିବନ୍ଧୁ ବେହେରା, ଚୈତନ୍ୟ ବେହେରା, ବିଭୁତିଭୂଷଣ ବେହେରା, ସିଦ୍ଧ ବେହେରା, ରଥ ବେହେରା, ଗୁପ୍ତେଶ୍ୱର ବେହେରା ଦାବି କରିଛନ୍ତି। ତୁରନ୍ତ ଜିଲାପାଳ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ୭ନଂ ଜିଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର ଦାବି କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories