www.samajalive.in
Thursday, December 11, 2025
26.1 C
Bhubaneswar

ତୈଳ ଓ ଗ୍ୟାସ୍‍ ଦରବୃଦ୍ଧି ପ୍ରତିବାଦରେ ପିପିଲିରେ କଂଗ୍ରେସର ବିକ୍ଷୋଭ

ପିପିଲି:ତୈଳ ଓ ରନ୍ଧନ ଗ୍ୟାସ ଦରରେ ଅହେତୁକ ବୃଦ୍ଧିକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ କଂଗ୍ରେସ ପକ୍ଷରୁ ପିପିଲିରେ ଏହାର ପ୍ରତିବାଦ କରାଯିବା ସହ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଆଇସିସି ଆହ୍ୱାନକ୍ରମେ କଂଗ୍ରେସ ଦଳ ପକ୍ଷରୁ ‘ମହଙ୍ଗାଇ ମୁକ୍ତ ଅଭିଯାନ’ରେ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପିପିଲି ଏନ୍‍ଏସି ମାର୍କେଟ୍‍ କଂପ୍ଲେକ୍ସ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସେମାନେ ନାରାବାଜି ଦେବା ସହ ଦେଶକୁ ମହଙ୍ଗା ଅବସ୍ଥାରୁ ମୁକ୍ତ କରିବା ପାଇଁ ଦାବି କରିଥିଲେ। ତୈଳ ଓ ରନ୍ଧନଗ୍ୟାସ ଦର ଅହେତୁକ ବୃଦ୍ଧି ଫଳରେ ସାଧାରଣ ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

 

- Advertisement -

ସରକାର ଶାସନରେ ରହିବା ପାଇଁ ସବୁ ପ୍ରକାର କସରତ କରୁଥିବା ବେଳେ ଦେଶରେ ତୈଳ, ରନ୍ଧନଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପିପିଲି ଏନ୍‍ଏସି ସଭାପତି ସେକ୍‍ ମେହେବୁବୁ, ମାନସ ଦାଶ, ସୁରେନ୍ଦ୍ର ସେଠୀ, ରଜନୀକାନ୍ତ ବସ୍ତିଆ, ସେକ୍‍ ସବିର, ରଣଜିତ ମହାପାତ୍ର, ଭାରତ ବାରିକ, ଭରତ ଜେନା, ସେକ୍‍ ମୋତି, ଅଜୟ ବେହେରା, ମାନସ ବେହେରା, ପପୁ ପରମାଣିକ, କାଳନ୍ଦୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories