ସୁଆଣ୍ଡୋ: ୨୦୦୦ ହଜାର ମସିହା କାରଗିଲ ଯୁଦ୍ଧରେ ଅସୀମ ପରାକ୍ରମ ପ୍ରଦର୍ଶନ କରି ସହିଦ ହୋଇଥିବା ପୁରୀ ଜିଲା ବନପୁର ଗ୍ରାମର ଶ୍ୟାମ ସୁନ୍ଦର ବାରିକଙ୍କୁ ଜନ୍ମମାଟିରେ ପୁରୀ ଷଷ୍ଠ ଏନସିସି ତରଫରୁ ଗୁରୁବାର ସମ୍ବର୍ଦ୍ଧିତ କରାଯାଇଛି। ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁଦର୍ଶନ ଯୋଷୀ ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରଶାନ୍ତ ପଣ୍ଡା ସହିଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ସୁବେଦାର ଦିପକ କୁମାର, ହାବିଲଦାର ସଞ୍ଜୟ, କେ ଆର ରେଡି, ପିପିଲି ଏନସିସି ଓ ସତ୍ୟବାଦୀ ଉଚ୍ଚବିଦ୍ୟାଳୟର ଏନସିସି କ୍ୟାଡେଟମାନେ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Popular Categories



