ସବଡିଭିଜନ ମାନ୍ୟତା ଦାବିରେ କୋରାପୁଟର ଦୁଇଟି ବ୍ଲକରେ ବନ୍ଦ ଡାକରା
କୋରାପୁଟ: ସବଡିଭିଜନ ମାନ୍ୟତା ଦାବିରେ କୋରାପୁଟର ଦୁଇଟି ବ୍ଲକରେ ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ଦିନ ସେମିଳିଗୁଡା, ସୁନାବେଡାକୁ ସବଡିଭିଜନ ମାନ୍ୟତା ଦାବିରେ ସେମିଳିଗୁଡା ନାଗରିକ ମଞ୍ଚ ରାଜରାସ୍ତାକୁ ଓହ୍ଲାଇଛି । ସକାଳ ୯ ଟାରୁ ଅପରାହ୍ନ ୫ ଟା ଯାଏଁ ବନ୍ଦ ପାଳନ କରାଯାଇଛି । ସେମିଳିଗୁଡା, ସୁନାବେଡାରେ ସମସ୍ତ ଦୋକାନବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି ।
ବାରମ୍ବାର ଦୁଇଟି ବ୍ଲକକୁ ସବଡିଭିଜନର ମାନ୍ୟତା ଦେବାକୁ ଦାବି ହୋଇ ଆସୁଥିବାବେଳେ ସରକାର କୌଣସି ନିଷ୍ପତ୍ତି ନେଉ ନାହାଁନ୍ତି । ସେଥିପାଇଁ ଆଜି ଆନ୍ଦୋଳନ ଡାକରା ଦିଆଯାଇଛି । ବନ୍ଦ ଡାକରା ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।