www.samajalive.in
Wednesday, December 10, 2025
26.1 C
Bhubaneswar

ସୈନିକସ୍କୁଲକୁ ୬୦ବର୍ଷ ପୂର୍ତ୍ତି, ହୀରକ ଜୟନ୍ତୀ ଗଣ ଦୌଡ଼ରେ ସାମିଲ ହେଲେ ୮୦୦କ୍ୟାଡେଟ

ଭୁବନେଶ୍ବର: ଚଳିତ ବର୍ଷ ସୈନିକ ସ୍କୁଲକୁ ୬୦ବର୍ଷ ପୂରଣ ହେଉଛି। ୬୦ବର୍ଷ ପୂର୍ତ୍ତି ଅବସରରେ ଆଜି ହୀରକ ଜୟନ୍ତୀ ଗଣ ଦୌଡ଼ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ସୈନିକସ୍କୁଲ-ଓଏମସି ପଞ୍ଚମ ବିଜୁ ମାରାଥନ ତଥା ହୀରକ ଜୟନ୍ତୀ ଗଣ ଦୌଡ଼ ଆଜି ସକାଳ ୬ଟାରେ ଅନୁଷ୍ଠିତ ହୋଇଛି। ଏଥିରେ ସୈନିକସ୍କୁଲର ସମସ୍ତ କ୍ୟାଡେଟ୍ ଓ ପୁରାତନ ଛାତ୍ରଙ୍କୁ ମିଶାଇ ସମୁଦାୟ ୮୦୦ ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ।

ସୈନିକ ସ୍କୁଲ ଏବଂ ଓଏମସିର ମିଳିତ ଆନୁକୂଲ୍ୟରେ ପଞ୍ଚମ ବିଜୁ ମାରାଥନ ତଥା ହୀରକ ଜୟନ୍ତୀ ଗଣ ଦୌଡ଼ ସକାଳ ୬ଟାରେ ଅନୁଷ୍ଠିତ ହୋଇଛି। ଏଥିରେ ସୈନିକ ସ୍କୁଲରେ ସମସ୍ତ କ୍ୟାଡ଼େଟ୍ ଓ ପୁରାତନ ଛାତ୍ରଙ୍କୁ ମିଶାଇ ସମୁଦାୟ ୮୦୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଏହା ସୈନିକ ସ୍କୁଲ ଗାନ୍ଧୀ ଗ୍ରାଉଣ୍ଡରୁ ଆରମ୍ଭ ହୋଇ ନାଲକୋ, କଳିଙ୍ଗ ହସ୍ପିଟାଲ୍ ଛକ, ଜୟଦେବ ବିହାର, ଆଚାର୍ଯ୍ୟବିହାର, ଆପୋଲ ହସ୍ପିଟାଲ୍ ଦେଇ ୭.୩ କିମି ପଥ ଅତିକ୍ରମ କରି ଶେଷରେ ଆରମ୍ଭ ହୋଇଥିବା ଗାନ୍ଧୀ ଗ୍ରାଉଣ୍ଡରେ ଶେଷ ହୋଇଥିଲା।
ଏହି ଗଣ ଦୌଡ଼କୁ ସୈନିକ ସ୍କୁଲର ଅଧ୍ୟକ୍ଷ ଗ୍ରୁପ୍ କ୍ୟାପ୍ଟେନ ଏସ୍.ଡ଼ୋମିନିକ ରୟାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଓବିଏର ସଭାପତି ହର୍ଦ୍ଦମାନ ସିଂ, ଉପସଭାପତି ଆଇଏସ ମଧୁସୂଦନ ପାଢୀ, ପୂର୍ବତନ ସଭାପତି ଅମିତାଭ ସ୍ୱାଇଁ ଏବଂ ପୁରାତନ ଛାତ୍ରସଂସଦର ସଦସ୍ୟ ଗଣଦୌଡ଼ର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।
ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରିତୀକା ଶର୍ମା ଏବଂ ଭାଇସ ପ୍ରିନ୍ସପାଲ କମାଣ୍ଡର ଉଷା ସାଙ୍ଗୱାନ ଏହି ମାରାଥନ ଆୟୋଜନର ସମସ୍ତ ବନ୍ଦୋବସ୍ତ କରିଥିଲେ। ସିନିୟର ମାଷ୍ଟର ବିଘ୍ନେଶ୍ୱର ପ୍ରଧାନ ଏବଂ ଏକେ ମୁଖାର୍ଜୀ ଏହି ମାରାଥନକୁ ସୂଚାର ରୂପେ ପରିଚାଳନା କରିଥିଲେ। ସିନିୟର ବିଭାଗରେ କ୍ୟାଡ଼େଟ୍ ଜୀବନ ଦେହୁରୀ ବିଜେତା ହୋଇଥିବା ବେଳେ ଅର୍ଣ୍ଣବ ଦୀପକ ବାରିକ ପୁରାତନ ଛାତ୍ର ବିଭାଗରେ ବିଜେତା ହୋଇଥିଲେ। ଛାତ୍ରୀମାନଙ୍କ ମଧ୍ୟରେ କ୍ୟାଡ଼େଟ୍ ଡି.ଏଲିନା ମାରିଆ ପ୍ରଥମ ହୋଇଥିବା ବେଳେ କ୍ୟାଡେଟ୍ ମନିଷ ଛତର ଜୁନିୟର ବିଭାଗରେ ବିଜେତା ହୋଇଥିଲେ।

- Advertisement -

କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଚଳିତ ବର୍ଷ ସ୍କୁଲର ହୀରକ ଜୟନ୍ତୀ ପାଳିତ ହେଉଥିବାରୁ ଏହି ମାରାଥନର ନାମକରଣ ‘ହୀରକ ଜୟନ୍ତୀ ମାରାଥନ’ କରାଯାଇଛି। ଏହି ମାରାଥନ ସୈନିକ ସ୍କୁଲର ପୁରାତନ ଛାତ୍ର ସଂସଦ ଓ ଓଡ଼ିଶା ମାଇନିଙ୍ଗ କର୍ପୋରେସନର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories