www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରାଣାଧିନ ସମସ୍ତ ସୃଷ୍ଟି ଓ ସ୍ରଷ୍ଟାଙ୍କ ମଧ୍ୟରେ ଯୋଗର ଅନ୍ତର୍ନିହିତ ଶକ୍ତି ସମାହିତ

ବଡ଼ମ୍ବା : କଳା, ସାହିତ୍ୟ, ସଂସ୍କୃତି, ବିଜ୍ଞାନ ଏପରିକି ପ୍ରାଣାଧିନ ସମସ୍ତଟି ସୃଷ୍ଟି ଓ ସ୍ରଷ୍ଟାଙ୍କ ମଧ୍ୟରେ ଯୋଗ ଏବଂ ସାଧନାର ଅନ୍ତର୍ନିହିତ ଶକ୍ତି ସମାହିତ ରହିଛି ବୋଲି ବଡ଼ମ୍ବା ପ୍ରାଣଯୋଗ ପ୍ରତିଷ୍ଠାନର ବାର୍ଷିକୋତ୍ସବ ଅବସରରେ ଅତିଥିମାନେ ମତପୋଷଣ କରିଥିଲେ। ସ୍ଥାନୀୟ ହାଟ ନିକଟସ୍ଥ ଆଡ଼ିଆ ମହାଦେବଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଅଷ୍ଟାଦଶ ବାର୍ଷିକୋତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଶିକ୍ଷାବିତ ଚନ୍ଦ୍ରଶେଖର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବଡ଼ମ୍ବା ଥାନା ଆଇଆଇସି ନିରଞ୍ଜନ ଦାଶ ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଯୋଗ, ଆଧ୍ୟତ୍ମିକ ଏବଂ ସାହିତ୍ୟଚର୍ଚ୍ଚା ତଥା ପ୍ରତିଭା ସମ୍ବର୍ଦ୍ଧନା ସଭା ଏଭଳି ଦୁଇଟି ସତ୍ରରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ପ୍ରଥମ ସତ୍ରରେ ସାହିତ୍ୟିକ ଦୁର୍ଯ୍ୟୋଧନ ବରାଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସେବାନିବୃତ ବ୍ୟାଙ୍କ ପ୍ରଶାସକ ବିପିନବିହାରୀ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ସେହିଭଳି ଉତ୍ସବର ଦ୍ୱିତୀୟ ସତ୍ରରେ ଓଡ଼ିଶା ମେଡିକାଲ ସେବା ସଂଘ(ଓମସା)ର ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ ମୁଖ୍ୟଅତିଥି ଏବଂ ବଡ଼ମ୍ବା ଓକିଲ ସଂଘର ପୂର୍ବତନ ସଭାପତି ଆଇନଜୀବୀ ସନ୍ତୋଷକୁମାର ପଟ୍ଟନାୟକ ବିଶିଷ୍ଟ ଅତିଥିଭାବେ ଯୋଗଦେଇଥିଲେ।

 

- Advertisement -

ମୁଖ୍ୟବକ୍ତା ଭାବେ ଅନଗୁଳର ସାହିତ୍ୟିକ ଡଃ.ସଦାନନ୍ଦ ପରିଜା ଏବଂ ସମ୍ମାନିତ ଅତିଥିଭାବେ ଓଡ଼ିଆ ଯାତ୍ରା ନିର୍ଦେଶକ ପ୍ରଦୀପକୁମାର ବେହେରା,ବିକାଶ ଶୁକ୍ଳା ପ୍ରମୁଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଯୋଗ,ଆସନ ଏବଂ ଦୈନନ୍ଦିନ ଜୀବନ ତଥା ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ତୁଳନାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଖଗେଶ୍ୱର ମହାପାତ୍ର, ସଂଗଠକ ଶିବନାରାୟଣ ମିଶ୍ର ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଶିକ୍ଷକ ଅଶୋକକୁମାର ଧଳ ସମ୍ପାଦକ ବିବରଣୀ ପାଠ କରିବାସହ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠାନ ଦ୍ୱାରା ମନୋନିତ କଳା,ସାହିତ୍ୟ,ସାମ୍ବାଦିକତା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ପ୍ରତିଭାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନପୂର୍ବକ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories