www.samajalive.in
Wednesday, December 10, 2025
26.1 C
Bhubaneswar

ଏମଆରସାମ କ୍ଷେପଣାସ୍ତ୍ରର ପରୀକ୍ଷା

ବାଲେଶ୍ବର: ବାଲେଶ୍ବର ନିକଟ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ଏମଆରସାମ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଇଛି। ସକାଳ ୧୦ଟା ୩୪ ମିନିଟ୍‌ରେ ୩ନଂ ଉତକ୍ଷେପଣ କେନ୍ଦ୍ରରୁ ଏହି ପରୀକ୍ଷା କରାଯାଇଥିଲା। ଉତ୍‌କ୍ଷେପଣ ସମୟରେ ସ୍ଥିରିକୃତ କରାଯାଇଥିବା ସମସ୍ତ ଦିଗ, ଗତି, ଲକ୍ଷ୍ୟକୁ ସଠିକ ଭାବେ ଏହି କ୍ଷେପଣାସ୍ତ୍ର ଛୁଇଁଥିବା କୁହାଯାଇଛି। ଡ଼ିଫେନ୍ସ ରିସର୍ଚ୍ଚ ଆଣ୍ଡ ଡ଼େଭଲପମେଣ୍ଟ ଅର୍ଗାନାଇଜେସନ୍‌ ଓ ଭାରତ ଡ଼ାୟନାମିକ୍‌ ଲିମିଟେଡ଼ ଦ୍ବାରା ନିର୍ମାଣ କରାଯାଇଥିବା ଏମଆରସାମ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷ୍ୟମତା ୨୫ରୁ ୩୦ କିଲୋମିଟର । ଏହା ବାୟୁମଣ୍ଡଳର ୧୨ କିଲୋମିଟର ଉପରେ ଶବ୍ଦର ଗତୀ ଠାରୁ ୪.୫ ଗୁଣ ଅଧିକ ବେଗରେ ଗତି କରିପାରିବ। ଏଥିରେ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। କ୍ଷେପଣାସ୍ତ୍ରର ଓଜନ ୧୫୪ କିଲୋଗ୍ରାମ, ଲମ୍ବ ୩.୮୪ ମିଟର ଓ ମୋଟେଇ ୧୭୮ ମିଲିମିଟର। ଏଥିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ସଲିଡ଼ ପ୍ରପୋଲାଣ୍ଟ ରକେଟ୍‌ ଇଞ୍ଜିନ୍‌ ବ୍ୟବହାର କରାଯାଇଛି। ଏହି ପରୀକ୍ଷା ପାଇଁ ଖଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ତୁଣ୍ଡୁରାପାହି, ଜୟଦେବ କସବା ପାହି ଓ ସାହାଜା ନଗର ପାହିର ମୋଟ ୭ହଜାର ଲୋକଙ୍କୁ ଖଡ଼ୁପାହି ସ୍କୁଲ, ତୁଣ୍ଡୁରା ଓ ଜୟଦେବକସବାପାହି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଏକ ପରୀକ୍ଷଣ କରିବାକୁ ଥିବା ଏହି ମିସାଇଲ ପାଇଁ ପ୍ରତିରକ୍ଷା ବିଭାଗ ଓ ଜିଲା ପ୍ରଶାସନ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ସ୍ଥିର କରାଯାଇଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories