www.samajalive.in
Saturday, December 6, 2025
16.1 C
Bhubaneswar

ଦମ୍ପତିଙ୍କ ଭୋଟ ଦେଇ ଚମ୍ପଟ ଅଜଣା ବ୍ୟକ୍ତି ; ବୁଥରେ ଉତ୍ତେଜନା

ଟିଟିଲାଗଡ଼ :  ଟିଟିଲାଗଡ଼ ପୌର ପରିଷଦର ୨  ନମ୍ବର ୱାର୍ଡର ୪ ନମ୍ବର ବୁଥରେ ଏକ ଦମ୍ପତି ଲକ୍ଷ୍ମଣ ବାଗ ଏବଂ ତାଙ୍କ ଧର୍ମପତ୍ନୀ ଭୋଟ ଦାନ କରିବାକୁ ଆସିଥିବା ବେଳେ ତୁମ ଭୋଟ ଅନ୍ୟ ଜଣେ ଦେଇଛି ବୋଲି ବୁଥରେ ନିୟୋଜିତ ନିର୍ବାଚନ ଅଧିକାରୀ ଏହା କହି ଫେରାଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ବୁଥରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଜେପି ପୌର ଅଧ୍ୟକ୍ଷ ପ୍ରାର୍ଥୀନୀ ମମତା ଜୈନଙ୍କ ସ୍ୱାମୀ ନବୀନ ଜୈନ, ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଗୁଲାବ ସୋନି, ଦଳର ଜିଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ସମେତ ବହୁ ବିଜେପି ନେତା ଉକ୍ତ ବୁଥକୁ ଯାଇ ଭୋଟ ଦାନରେ ଅନିୟମିତତା ଚାଲିଥିବା ଅଭିଯୋଗ କରିଥିଲେ ।  ଖବର ପାଇ ଭାରପ୍ରାପ୍ତ ମାଜିଷ୍ଟ୍ରେଟ କର୍ଣ ମଲ୍ଲିକ, ଟିଟିଲାଗଡ଼ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ଶତପଥି, ଥାନା ଅଧିକାରୀ ରଞ୍ଜନ ବରିହା, ମୁରିବାହାଲ ଥାନା ଅଧିକାରୀ ଜ୍ୟୋତିରାଣୀ ଦାଶ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ପରେ ବିଜେପି ନେତାଙ୍କ ଦାବିରେ ନିର୍ବାଚନ ଅଧିକାରୀ ଉକ୍ତ ଦମ୍ପତିଙ୍କୁ ଟେଣ୍ଡର ଭୋଟ ପାଇଁ ଅନୁମତି ଦେଇଥିବା ବୁଥରେ ନିୟୋଜିତ ନିର୍ବାଚନ ଅଧିକାରୀ ପ୍ରଦୀପ୍ତ ରଥ କହିଛନ୍ତି । ଭାରପ୍ରାପ୍ତ ମାଜିଷ୍ଟ୍ରେଟ କର୍ଣ ମଲ୍ଲିକ ଦମ୍ପତିଙ୍କୁ ଅନ୍ୟ ହିସାବରେ ଭୋଟ ଦେବା ସୁଯୋଗ ଦିଆଗଲା ବୋଲି କହିଛନ୍ତି  । ପୌରାଞ୍ଚଳର ଅନେକ ୱାର୍ଡରେ ମିଥ୍ୟା ଭୋଟ ହୋଇଥିବା, ଅନେକ ଭୋଟର ମତଦାନ କେନ୍ଦ୍ରକୁ ପହଞ୍ଚିବା ପୂର୍ବରୁ ସେମାନଙ୍କ ଭୋଟ ଦିଆ ସରିଥିଲା ବୋଲି ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ହେଲେ ଅନେକ ରହସ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି  ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories