www.samajalive.in
Monday, December 8, 2025
24.1 C
Bhubaneswar

ସୁରକ୍ଷା ବାହିନୀ ଗୁଳିରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ବାରାମୁଲା ଜିଲା ସୋପୋରେ ଅଞ୍ଚଳରେ ମଙ୍ଗଳବାର ଭାରତୀୟ ସୁରକ୍ଷା ବାହିନୀଙ୍କ ସହ ଗୁଳି ବିନିମୟମରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଆତଙ୍କବାଦୀ ଓ ସୁରକ୍ଷା ବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
ସୂଚନା ଅନୁସାରେ ବାରାମୁଲା ଜିଲା ସୋପୋରେ ଅଞ୍ଚଳ ଟୁଜର ଗ୍ରାମର ଏକ ଘରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ସୋମବାର ବିଳମ୍ବିତ ରାତିରେ ସୂଚନା ମିଳିଥିଲା। ଖବର ପାଇ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ, ଏସ୍‍ପିଓ ଏବଂ ପୁଲିସ୍‍ ସେଠାରେ ପହଞ୍ଚି ଘରଟିକୁ ଘେରାଉ କରି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ତଲାସୀ ବେଳେ ମଙ୍ଗଳବାର ସକାଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ବର୍ଷା କରି ଖସିଯିବାକୁ ଚେଷ୍ଟା କରିଥିଲେ। ମାତ୍ର ଭାରତୀୟ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।

ଉଲ୍ଲେଖ ଯେ ସୋମବାର କୁପୱାଡ଼ା ଜିଲାର ଟଙ୍ଗଧାର ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀଙ୍କ ଏକ ବଡ଼ଧରଣର ଅନୁପ୍ରବେଶ ଉଦ୍ୟମକୁ ସେନା ପଣ୍ଡ କରିବାରେ ସଫଳ ହୋଇଥିଲା। ସେନାର କାର୍ଯ୍ୟାନୁଷ୍ଠାନରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପୂର୍ବରୁ ରବିବାର ପୁଲୱାମା ଜିଲାର ମିର୍‍ମୋହାଲା ଏରପାଲ ତ୍ରାଲ ଅଞ୍ଚଳରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା। ଫଳରେ ୩ ଦିନ ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀଙ୍କ କାର୍ଯ୍ୟାନୁଷ୍ଠାରେ ୭ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories