www.samajalive.in
Monday, December 8, 2025
24.1 C
Bhubaneswar

ତିନି ତଲାକ ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ : ମୁସଲମାନ ଧର୍ମରେ ପ୍ରଚଳିତ ତତ୍କାଳ ତିନି ତଲାକକୁ ଦଣ୍ଡନୀୟ ଅପରାଧ ଘୋଷଣା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଆବେଦନରେ ଏହି ଅଧ୍ୟାଦେଶକୁ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଦାବି କରାଯାଇଛି। ଏହି ଅଧ୍ୟାଦେଶ ସମ୍ବିଧାନ ଧାରା ୧୪, ୧୫ ଏବଂ ୨୧ର ଉଲ୍ଲଙ୍ଘନ କରୁଛି ଓ ଏହା ଧାରା ୧୨୩ ବିରୋଧୀ ବୋଲି ଆବେଦନରେ ଦର୍ଶାଯାଇଛି। କେରଳ ସୁନ୍ନି ମୁସଲମାନ ସଂଗଠନ ଓ ଜମିୟାଥୁଳ ଉଲେମା ପକ୍ଷରୁ ଏହି ଆବେଦନ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ତିନି ତଲାକ ବିଧେୟକ ଲୋକସଭାରେ ପାରିତ ହୋଇଛି। ମାତ୍ର ବିରୋଧୀ ଦଳଗୁଡିକର ପ୍ରବଳ ବିରୋଧ କାରଣରୁ ତାହା ରାଜ୍ୟସଭାରେ ପାରିତ ହୋଇପାରି ନାହିଁ। ଏହା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ବୈଠକରେ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଧେୟକ-୨୦୧୭ ତିନିଟି ସଂଶୋଧନ ପାଇଁ ମଞ୍ଜୁରୀ ମିଳିଛି। ତେବେ ବିଧେୟକ ପାରିତ ହେବା ପୂର୍ବରୁ ଏ ସମ୍ବନ୍ଧୀୟ ଅଧ୍ୟାଦେଶକୁ ଗତ ୧୯ ତାରିଖରେ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ମଞ୍ଜୁରୀ ମିଳିଛି। ଏହି ଅଧ୍ୟାଦେଶ ଅନୁସାରେ ନିଜ ପତ୍ନୀଙ୍କୁ ତିନି ଥର ତଲାକ କହି ତତ୍କାଳ ବିବାହ ବିଚ୍ଛେଦ ଘଟାଉଥିବା ମୁସଲମାନ ବ୍ୟକ୍ତିଙ୍କୁ ତିନିବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ହେବ। ତିନି ତଲାକ ବିଲ ଭାବେ ପରିଚିତ ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍‍-୨୦୧୭ ଲୋକସଭାରେ ପାରିତ କରିବାରେ ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ତିନି ତଲାକ ପାଇଥିବା କୌଣସି ମୁସଲମାନ ମହିଳା ନିଜେ କିମ୍ବା ତାଙ୍କର କୌଣସି ରକ୍ତ ସମ୍ପର୍କୀୟ ଥାନାରେ ଏଫ୍‍ଆଇଆର୍‍ ଦାଖଲ କରିବା ପରେ ହିଁ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବ। ଦ୍ୱିତୀୟତଃ ପତ୍ନୀ ଚାହିଁଲେ ବୁଝାମଣା କରିପାରିବେ। ସ୍ୱାମୀଙ୍କ ସହିତ ବୁଝାମଣା ପରେ ପତ୍ନୀ ସ୍ୱଇଚ୍ଛାରେ ମାଜିଷ୍ଟ୍ରେଟ୍‍ଙ୍କୁ ଅନୁରୋଧ କଲେ ଥାନାରୁ ଏଫ୍‍ଆଇଆର୍‍ ପ୍ରତ୍ୟାହାର କରାଯିବ। ଅନ୍ୟଥା ଅଭିଯୋଗକାରିଣୀ ପତ୍ନୀଙ୍କ ବୟାନ ଶୁଣିବା ପରେ ମାଜିଷ୍ଟ୍ରେଟ୍‍ ଚାହିଁଲେ ଯୁକ୍ତିଯୁକ୍ତ କାରଣ ଦର୍ଶାଇ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ପ୍ରଦାନ କରିପାରିବେ। ତିନି ତଲାକ ଅଭିଯୋଗ କ୍ଷେତ୍ରରେ ନାବାଳକ ସନ୍ତାନସନ୍ତତି ପତ୍ନୀଙ୍କ ନିକଟରେ ରହିବେ। ପିତ୍ନୀ ନିଜର ଓ ପିଲାମାନଙ୍କ ଭରଣପୋଷଣ ଦାବି କରିପାରିବେ। ଭରଣପୋଷଣ ବାବଦ ନିଷ୍ପତ୍ତି ମାଜିଷ୍ଟ୍ରେଟ୍‍ ନେବେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories