www.samajalive.in
Sunday, December 14, 2025
14.1 C
Bhubaneswar

କବି ହେମନ୍ତ ଦାଶଙ୍କୁ ରାଜ୍ୟସ୍ତରୀୟ ଶିକ୍ଷାଜ୍ୟୋତି ସମ୍ମାନ-୨୦୨୨

ଗୁଡଭେଲା : ୪୫ ତମ ରାଜ୍ୟସ୍ତରୀୟ କବି ଲେଖକ, କଳାକାର ସମାବେଶ ତଥା ସାରସ୍ବତ ସମ୍ବର୍ଦ୍ଧନା ସମାରୋହ ୨୦୨୨ କଟକସ୍ଥିତ  କର୍ମବୀର ଗୌରୀଶଙ୍କର ଟାଉନହଲ ଠାରେ ଗତ ୨୦ ମାର୍ଚ୍ଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କବି ତଥା ଆଦର୍ଶ ଶିକ୍ଷକ ତୁଷୁରା, ବଲାଙ୍ଗିର ନିବାସୀ ଆଶୁକବି ହେମନ୍ତ ଦାଶଙ୍କୁ ଚଳିତ ବର୍ଷର ଶିକ୍ଷାଜ୍ୟୋତି ସମ୍ମାନରେ ସମ୍ମାନୀତ କରାଯାଇଛି ।
ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ପ୍ରତିଷ୍ଠାତା ସଂପାଦକ କବି ସାରଥି ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର, ସଭାପତି ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ସଭାର ଅଧ୍ୟକ୍ଷ ବିଶିଷ୍ଟ କବି ଡଃ ନୃସିଂହାନନ୍ଦ ମହାପାତ୍ର, ମୁଖ୍ୟ ଅତିଥି ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଡଃ ପ୍ରସନ୍ନ ପାଟଶାଣି, ମୁଖ୍ୟବକ୍ତା ଓଡିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଭାପତି ଡଃ ହୁସେନ ରବି ଗାନ୍ଧୀ ଓ ସମ୍ମାନୀତ ଅତିଥି ନୀଳଗିରି ର ରାଜା ସାହେବ ଶ୍ରୀ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଣୀ ସାହେବା ମନୋଜା ମଞ୍ଜରୀ ଦେବୀ, ଉଦ୍ଘାଟକ ବିଶିଷ୍ଟ କବି ସଂଗ୍ରାମ କେଶରୀ ସାମନ୍ତରାୟ , ସମ୍ମାନୀତ ବକ୍ତା ପରୀକ୍ଷିତ ସାହୁ ଓ ଗୋପୀନାଥ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଶିଷ୍ଟ କବି ତଥା ଆଦର୍ଶ ଶିକ୍ଷକ ତୁଷୁରା, ବଲାଙ୍ଗିର ନିବାସୀ ଆଶୁକବି ହେମନ୍ତ ଦାଶଙ୍କୁ ଚଳିତ ବର୍ଷର ଶିକ୍ଷାଜ୍ୟୋତି ସମ୍ମାନରେ ସମ୍ମାନୀତ କରାଯାଇଥିଲା।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories