www.samajalive.in
Monday, December 8, 2025
14.1 C
Bhubaneswar

ପିପିଲି ପୌର ନିର୍ବାଚନ; ୫୬ ପ୍ରାର୍ଥିଙ୍କୁ ୨୪ଘଣ୍ଟିଆ ନୋଟିସ

ପିପିଲି: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପିପିଲି ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଜୋରଦାର ଚାଲିଥିବା ବେଳେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ୫୬ଜଣ ପ୍ରାର୍ଥିଙ୍କୁ ନିର୍ବାଚନ ଅଧିକାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ ୨୪ ଘଣ୍ଟିଆ ନୋଟିସ ଜାରି କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ପିପିଲି ଏନ୍‍ଏସିର ୧୬ଟି ଯାକ ୱାର୍ଡରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ବିଭିନ୍ନ ସରକାରୀ କୋଠା, ସରକାରୀ ଜମି, ସର୍ବସାଧାରଣ ସ୍ଥାନ, ସର୍ବସାଧାରଣ ରାସ୍ତା, ବିଦ୍ୟୁତ ଖୁଣ୍ଟି, ଟେଲିଫୋନ ଖୁଣ୍ଟି ଆଦିରେ ବିଭିନ୍ନ ପ୍ରାର୍ଥିଙ୍କର ହୋଡିଂ, ବ୍ୟାନର, ପୋଷ୍ଟର, ପତାକା ଆଦି ଅନାଧିକୃତ ଭାବରେ ଲଗାଯାଇଥିବା ବେଳେ ଏସବୁକୁ ୨୦ ତାରିଖ ଅପରାହ୍ନ ୪ଟା ସୁଦ୍ଧା ହଟାଇ ନେବାକୁ ପିପିଲି ଏନ୍‍ଏସିର ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ ସମସ୍ତ ୫୬ଜଣ ପ୍ରାର୍ଥିଙ୍କୁ ନୋଟିସ ଜାରି କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯେଉଁ ପ୍ରାର୍ଥିମାନେ ସେମାନଙ୍କ ବ୍ୟାନର, ପୋଷ୍ଟର, ହୋଡିଂ ଓ ପତାକାକୁ ଉକ୍ତ ସ୍ଥାନମାନଙ୍କରୁ ନ ହଟାଇବେ, ସେସବୁକୁ ନିର୍ବାଚନ ପାଇଁ ଗଠିତ ଏନଫୋର୍ସମେଣ୍ଟ ସ୍କ୍ୱାଡ଼ ହଟାଇବା ପାଇଁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ସ୍କ୍ୱାଡ଼କୁ ପିପିଲି ପୁଲିସ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିବା ବେଳେ ବ୍ୟାନର, ପୋଷ୍ଟର, ହୋଡିଂ ଓ ପତାକା ଆଦିକୁ ହଟାଇବା ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାକୁ ସଂପୃକ୍ତ ପ୍ରାର୍ଥିଙ୍କଠାରୁ ଆଦାୟ କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories