ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦିପଶି ଗ୍ରାମରେ କୂଅରେ ପଡି ଜଣେ ବୃଦ୍ଧା ଆହତ ହୋଇଛନ୍ତି। ସୂଚନାରୁ ପ୍ରକାଶ ଶୁକ୍ରବାର ସକାଳେ ସ୍ୱର୍ଗତ ନଟବର ବାରିକଙ୍କ ସ୍ତ୍ରୀ ପ୍ରଭାତି ବାରିକ୍ ଘର ନିକଟକୁ ଶୌଚ ହେବାକୁ ଯାଇ କୂଅରେ ପଡିଯାଇଥିଲେ। ପ୍ରଭାତିଙ୍କ ଫେରିବାରେ ବିଳମ୍ବ ହେବାରୁ ଘର ଲୋକେ ଖୋଜାଖୋଜି କରି ନ ଥିଲେ। ପରେ ସନ୍ଦେହରେ କୂଅକୁ ଦେଖି ବାରୁ ବୃଦ୍ଧା ଜଣଙ୍କ ପଡିଥିବା ଦେଖିବାକୁ ମିଳିଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ପାଟଣା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ତାଙ୍କୂ କୂଅରୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପାଟଣା ସ୍ବାସ୍ଥ୍ୟ କେନ୍ଦ୍ରରୁ କେନ୍ଦୁଝର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇ ଥିବା ଜଣାପଡିଛି ।
Popular Categories



