ନୂଆଦିଲ୍ଲୀ: ଦେଶରେ ଦେଖା ଦେଉଥିବା ବିଭିନ୍ନ ବ୍ୟାଧି ନିମନ୍ତେ ପ୍ରତିଷେଧକ ଟିକାକରଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ମାର୍ଚ୍ଚ ୧୬ ତାରିଖ ଦିନଟିକୁ ଜାତୀୟ ଟିକାକରଣ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ଆଜିଠାରୁ ୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦିଆଯାଉଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଦେଶରେ ୧୮୦ କୋଟି ଡୋଜ୍ ଟିକା ଦିଆଯିବା ଏକ ଉଲ୍ଲେଖନୀୟ ସଫଳତା। ଶ୍ରୀ ନାଇଡୁ କହିଛନ୍ତି, ପ୍ରତିଷେଧକ ଟିକାକରଣ ଅନେକ ମାରାତ୍ମକ ରୋଗରୁ ସୁରକ୍ଷା ଦେଇଥାଏ। ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ବିଶେଷକରି ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ପୋଲିଓ ଭଳି କରୋନାକୁ ଶୀଘ୍ର ଦୂର କରାଯାଇ ପାରିବ ବୋଲି ସେ କହିଛନ୍ତି।
बहुत हर्ष का विषय है कि आज राष्ट्रीय टीकाकरण दिवस पर, 12 से 14 वर्ष के बच्चों के लिए कोविड टीकाकरण कार्यक्रम प्रारंभ किया जा रहा है। #NationalVaccinationDay2022
— Vice President of India (@VPSecretariat) March 16, 2022



