www.samajalive.in
Monday, December 8, 2025
24.1 C
Bhubaneswar

ଦିନିକିଆରେ ୭୦୦୦ ରନ୍ ; ରୋହିତ ୯ମ ଭାରତୀୟ

ନୂଆଦିଲ୍ଲୀ : ସଂପ୍ରତି ୟୁଏଇରେ ଚାଲିଥିବା ଏସିଆ କପ୍‍ରେ ରବିବାର ପାକିସ୍ତାନ ବିପକ୍ଷ ସୁପର ଫୋର୍‍ ମ୍ୟାଚରେ ଶିଖର ଧାୱନଙ୍କ (୧୧୪) ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ଅପରାଜିତ ଶତକ ଅର୍ଜନକରି ଦଳକୁ ବିଜୟୀ କରିଥିଲେ। ଏହି ଅବସରରେ ରୋହିତ ଦିନିକିଆ ଫର୍ମାଟରେ ୭୦୦୦ ରନ ପୂରଣ କରିଛନ୍ତି। ଏହି କୃତିତ୍ୱ ଅର୍ଜନ କରିବାରେ ରୋହିତ ହେଉଛନ୍ତି ନବମ ଭାରତୀୟ କ୍ରିକେଟର। ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ମହମ୍ମଦ ଆଜାରୁଦ୍ଦିନ, ଯୁବରାଜ ସିଂହ ଓ ବୀରେନ୍ଦ୍ର ସେହ୍ୱାଗ ଏହି କୃତିତ୍ୱ ହାସଲ କରିସାରିଛନ୍ତି। ପୁନଶ୍ଚ ଭାରତର ଦୁଇଜଣ ବ୍ୟାଟସମ୍ୟାନ ପାକିସ୍ତାନ ବିପକ୍ଷ କୌଣସି ମ୍ୟାଚରେ ଶତକ ଅର୍ଜନ କରିବାରେ ଏହା ହେଉଛି ତୃତୀୟ ଘଟଣା। ପୂର୍ବରୁ ୧୯୯୬ରେ ସଚିନ ତେନ୍ଦୁଲକର (୧୧୮) ଓ ନବଜ୍ୟୋତ ସିଂହ ସିଧୁ (୧୦୧), ୨୦୦୫ରେ ବୀରେନ୍ଦ୍ର ସେହ୍ୱାଗ (୧୦୮) ଓ ରାହୁଲ ଦ୍ରାବିଡ (୧୦୪) ପାକିସ୍ତାନ ବିପକ୍ଷରେ ଗୋଟିଏ ମ୍ୟାଚରେ ଶତକ ହାସଲ କରିଥିଲେ। ରବିବାର ମ୍ୟାଚରେ ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ପ୍ରଥମ ୱିକେଟ ପାଇଁ ୨୧୦ ରନ ଯୋଗକରିଥିଲେ। ପାକିସ୍ତାନ ବିପକ୍ଷରେ ଏହା ଭାରତର ଶ୍ରେଷ୍ଠ ଓପନିଂ ଯୋଡି ସ୍କୋର। ପୂର୍ବରୁ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ୧୯୯୮ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ୱିକେଟ ପାଇଁ ୧୫୯ ରନ ସଂଗ୍ରହ କରିଥିଲେ। ପାକିସ୍ତାନ ବିପକ୍ଷ କୌଣସି ଦିନିକିଆରେ ସର୍ବବୃହତ ବିଜୟ ହାସଲ (ୱିକେଟ ବିନିମୟରେ) କରିବା ପ୍ରସଙ୍ଗରେ ଏହା ଭାରତ ପାଇଁ ପ୍ରଥମ ଘଟଣା।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories