www.samajalive.in
Monday, December 8, 2025
24.1 C
Bhubaneswar

ହତ୍ୟା ଉଦ୍ୟମ ମାମଲା ଘଟଣାରେ ୨ଗିରଫ

କଟକ : କଟକ ମାଲଗୋଦାମ ଥାନା ପୁଲିସ ସୋମବାର ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛିି। ଗିରଫ ଦୁଇଜଣ ହେଉଛନ୍ତି ଆନ୍ଧ୍ରପ୍ରଦେଶ ଶକାକୁଲମର ଇଛାପୁର ଥାନା ଅନ୍ତର୍ଗତ ବେଲପଦାର ଟି. କ୍ରିଷ୍ଣା ରାଓର ପୁଅ ଟି. ଭିମ ରାଓ(୪୩) ଓ ଟି. ଭିମ ରାଓର ପୁଅ ଟି. ବାବୁନା ରାଓ(୨୦)। ପୁଲିସ ସେମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ଗୋଟିଏ ଧାରୁଆ ଛୁରି, ଦୁଇଟି ଅଟୋ ଜବତ କରିଛି।

ଖବରଅନୁସାରେ ସେପ୍ଟେମ୍ବର ୨୧ ତାରିଖ ଶୁକ୍ରବାର ଦିନ ପ୍ରାୟ ୧୦ଟା ସମୟରେ ଶ୍ୟାମ ମୁର୍ମୁ ଯୋବ୍ରା କେନାଲ ରାସ୍ତା ଶନି ମନ୍ଦିର ପାଖରେ ଯାଉଥିବାବେଳେ ଟି. ଭିମ ରାଓ ତାଙ୍କୁ ଏକ ଛୁରି ଦ୍ୱାରା ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେ ପ୍ରଥମେ ଛୁରିରେ ତାଙ୍କର ହାତ, ବେକ ଓ କାନ୍ଧକୁ ଆକ୍ରମଣ କରିଥିଲା। ଯାହାଦ୍ୱାରା ସେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଚିକିତ୍ସା ପାଇଁ ବଡ ଡାକ୍ତରଖାନା କୁ ନିଆଯାଇଥିଲା।
ଏହି ଘଟଣାକୁ ନେଇ ଶ୍ୟାମ ମୁର୍ମୁର ପତ୍ନୀ ଦୁର୍ଗୀ ମୁର୍ମୁ(୨୦) ମାଲଗୋଦାମ ଥାନାରେ ଏକ ମାମଲା ରୁଜୁ କରିଥିଲା। ଯାହାକୁ ନେଇ ମାଲଗୋଦାମ ଥାନା ପୁଲିସ କେସ ନଂ- ୧୯୯ ଆଧାରରେ ତଦନ୍ତ ଚଳାଇଥିଲା। ସୋମବାର ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ୟୁ/ଏସ ୩୦୭/୩୪ ଆଇପିସିରେ କୋର୍ଟର୍ ଚାଲାଣ କରିଥିବା ଜଣାପଡିଛି। ବର୍ତ୍ତମାନ ଶ୍ୟାମ ମୁର୍ମୁର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଅଛି। ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories