www.samajalive.in
Monday, December 8, 2025
24.1 C
Bhubaneswar

ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ହେଲେ ସୋଲି, ଚୀନ୍‍ ସମର୍ଥକ ୟାମିନ ବିଦା

ନୂଆଦିଲ୍ଲୀ : ମାଲଦ୍ୱୀପର ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ପ୍ରାର୍ଥୀ ଇବ୍ରାହିମ ମହମ୍ମଦ ସୋଲି ବିଜୟୀ ହୋଇଛନ୍ତି। ଫଳରେ ଚୀନ୍‍ ସମର୍ଥକ ଅବଦୁଲ୍ଲା ୟାମିନଙ୍କୁ ରାଷ୍ଟ୍ରପତି ପଦ ହରାଇବାକୁ ପଡିଛି। ରବିବାର ଅନୁଷ୍ଠିତ ନିର୍ବାଚନରେ ସୋଲିଙ୍କୁ ୧,୩୪,୬୧୬ଟି ଏବଂ ୟାମିନଙ୍କୁ ୯୬,୧୩୨ଟି ଭୋଟ ମିଳିଛି। ନିର୍ବାଚନରେ ସୋଲିଙ୍କୁ ସମସ୍ତ ବିରୋଧୀ ଦଳ ତଥା ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ ସମର୍ଥନ ଦେଇଥିଲେ। ଦ୍ୱୀପରାଷ୍ଟ୍ରର ଅସନ୍ତୋଷ ନାଗରିକଙ୍କୁ ଦମନ କରିବା ନେଇ ୟାମିନଙ୍କ ବିରୋଧରେ ରହିଥିବା ଅଭିଯୋଗର ପ୍ରତିଫଳନ ନିର୍ବାଚନୀ ଫଳାଫଳରେ ଦେଖିବାକୁ ମିଳିଛି। ଦେଶବାସୀଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିଛନ୍ତି ବୋଲି ୟାମିନ କହିଛନ୍ତି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ଚୀନ୍‍ ପାଇଁ ମାଳଦ୍ୱୀପ ପ୍ରତିଦ୍ୱନ୍ଦ୍ୱିତାର ପ୍ରମୁଖ ସ୍ଥାନ ହୋଇଥିବାରୁ ଏହି ନିର୍ବାଚନୀ ଫଳାଫଳ ଉଭୟ ରାଷ୍ଟ୍ର ପାଇଁ ମଧ୍ୟ ଗୁରୁତ୍ୱ ବହନ କରେ। ୟାମିନଙ୍କ ଶାସନକାଳରେ ଚୀନ୍‍ ସହିତ ମାଳଦ୍ୱୀପର ଘନିଷ୍ଠତା ବୃଦ୍ଧି ପାଇଥିଲା। ଫଳସ୍ୱରୂପ ଚୀନ୍‍ ଭାରତ ମହାସାଗରରେ ଏହାର କାୟା ବିସ୍ତାର କରିଚାଲିଥିଲା। ୟାମିନଙ୍କ କାର୍ଯ୍ୟକାଳୟରେ ବିରୋଧୀ ଦଳର ବହୁ ନେତାଙ୍କୁ କାରାବନ୍ଦୀ କରାଯାଇଥିଲା। ଏଣୁ ଦେଶରେ ଗଣତାନ୍ତ୍ରିକ ସ୍ଥିତିରେ ଉନ୍ନତି ନ ଘଟିଲେ କଟକଣା ଲାଗୁ କରାଯିବ ବୋଲି ଆମେରିକା ଓ ୟୁରୋପୀୟ ସଂଘ ନିର୍ବାଚନ ପୂର୍ବରୁ ଚେତାବନୀ ଦେଇଥିଲା। ସୋଲିଙ୍କ ବିଜୟକୁ ଭାରତ ସମେତ ଆମେରିକା ମଧ୍ୟ ସ୍ୱାଗତ କରିଛି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories