www.samajalive.in
Sunday, December 7, 2025
26.1 C
Bhubaneswar

ଲୋକଙ୍କ ଅଭିଯୋଗ ଶୁଣିଲେ ଜିଲାପାଳ

ମୋହନା : ଗଜପତି ଜିଲା ମୋହନା ବ୍ଳକ ପାଣିଗଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳ ଅନୁପମ ସାହା ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସେ ମାଓ ପ୍ରବଣ ଅଞ୍ଚଳ ପାଣିଗଣ୍ଡା ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ଅଭିଯୋଗ ଶୁଣାଣିରେ ମୋଟ ୯୦ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୪୩ଟି ସାମୁହିକ ଓ ୪୭ଟି ବ୍ୟକ୍ତିଗତ ସମସ୍ୟା ଥିଲା। ବିଶେଷ କରି ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ସମସ୍ୟା ସମ୍ପର୍କରେ ଲୋକେ ଅଭିଯୋଗ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି। ଏହି ଅବସରରେ ରେଡ କ୍ରସ ପାଣ୍ଠିରୁ ୯ ଜଣ ଓ ମୁଖ୍ୟମନ୍ତ୍ରୀ ରିଲିଫ୍‍ ପାଣ୍ଠିରୁ ୯ ଜଣଙ୍କୁ ୧ ଲକ୍ଷ ୫୪ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଏସପି ଅମୁଲ୍ୟ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିପିନ ବିହାରୀ ପାଣିଗ୍ରାହୀ, ସମାଜ ମଙ୍ଗଳ ଅଧିକାରୀ ରବିନ୍ଦ୍ର କୁମାର ଜେନା, ମୋହନା ବିଡିଓ ବଂଶିଧର ଖୋସଲା, ବିଇଓ ଲିବୁନ୍ସ ବାରଲା ଓ ପାଣିଗଣ୍ଡା ସରପଂଚ ଯୋହନ ଦଳବେହେରା ପ୍ରମ୍ମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଡବ୍ଲ୍ୟୁଇଓ ସିମାଚଂଳ ବେହେରା, ଜିପିଇଓ ନରସିଂହ ମାଣ୍ଡାଙ୍ଗି ଓ ଏପିଓ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସମେତ ବ୍ଲକ କର୍ମଚାରୀ ପରିଚାଳନା କରଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories