www.samajalive.in
Monday, December 8, 2025
13.1 C
Bhubaneswar

ଧଳା ପୋଷାକର ଚମକ ବଜାୟ ରଖିବାର ଉପାୟ

ସମୟର ତାଳ ସହ ଅନେକ ବ୍ୟକ୍ତିଙ୍କର ପସନ୍ଦ ମଧ୍ୟ ବଦଳିଛି। ଅଧିକ ଲୋକ ବର୍ତ୍ତମାନ ଧଳା ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଧଳା ପୋଷାକ ପିନ୍ଧିବା ଦ୍ବାରା ତାହା ଶୀଘ୍ର ମଇଳା ହୋଇଯାଏ। ଧଳା ପୋଷାକକୁ ବାରମ୍ବାର ସଫା କରିବା ଦ୍ବାରା ଏହାର ଚମକ ମଧ୍ୟ କମି ଯାଇଥାଏ।
ଧଳା ପୋଷାକର ଚମକ ବଜାୟ ରଖିବା ପାଇଁ ବିଭିନ୍ନ ଉପାୟ କରିବାକୁ ପଡିଥାଏ। ଆସନ୍ତୁ ଜାଣିବା ଧଳା ପୋଷାକର ଚମକ କିପରି ବଜାୟ ରଖିବା ..

ଧଳା ପୋଷାକକୁ ପ୍ରଥମେ ୩୦ମିନିଟ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଭିଜେଇ ରଖନ୍ତୁ। ତାପରେ ସେଥିରେ ବ୍ଲିଚ ପାଉଡର ପକାଇ ୧୫ମିନିଟ ରଖନ୍ତୁ। ତାପରେ ଥଣ୍ଡା ପାଣିରେ ପୋଷାକକୁ ଧୋଇ ଦିଅନ୍ତୁ। ଦେଖିବେ ଧଳା ପୋଷାକରେ ଦାଗ ଛାଡି ଯାଇଥିବ।
ଧଳା ପୋଷାକକୁ ଧୋଇବା ପରେ ତାକୁ ଅଧା ବାଲଟି ପାଣିରେ ଲେମ୍ବୁ ରସ ପକାଇ କିଛି ସମୟ ଭିଜାଇ ରଖନ୍ତୁ। ଏହାଦ୍ବାରା ଧଳା ପୋଷାକର ଚମକ ବଜାୟ ରହିଥାଏ।ଧଳା ପୋଷାକକୁ ସର୍ବଦା ରଙ୍ଗୀନ ରଙ୍ଗର ପୋଷାକ ଠାରୁ ଅଲଗା ଧୁଅନ୍ତୁ। ନଚେତ ରଙ୍ଗୀନ ପୋଷାକର ରଙ୍ଗ ଧଳା ପୋଷାକରେ ଲାଗି ଯାଇଥାଏ। ଏପରି କରିବା ଦ୍ବାରା ବେଳେବେଳେ ପୋଷାକ ହଳଦିଆ ମଧ୍ୟ ହୋଇଥାଏ।
ଧଳା ପୋଷାକର ଚମକ ବଜାୟ ରଖିବା ପାଇଁ ୱାସିଙ୍ଗ ସୋଡା ସହ ଡିଟରଜେଣ୍ଟ ପାଉଡର ମିଶାଇ ସଫା କରନ୍ତୁ। ଏହାଦ୍ବାରା ଧଳା ପୋଷାକର ଚମକ ରହିଥାଏ। ଏହି ପ୍ରକ୍ରିୟାରେ ଅନ୍ୟ ରଙ୍ଗୀନ କପଡାକୁ ମଧ୍ୟ ସଫା କରି ପାରିବେ। ଏହାଦ୍ବାରା ରଙ୍ଗ ଛାଡି ନଥାଏ।ଧଳା ପୋଷାକକୁ ସଫା କରିବା ପରେ ଖରାରେ ଶୁଖାନ୍ତୁ। କିନ୍ତୁ ରଙ୍ଗୀନ କପଡାକୁ ସର୍ବଦା ଅଳ୍ପ ଖରାରେ ଶୁଖାଇବା ଉଚିତ। ନଚେତ ଏଥିରୁ ଶୀଘ୍ର ରଙ୍ଗ ଛାଡି ଯାଇଥାଏ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories