ୟୁକ୍ରେନର ଭାରତୀୟ ଦୂତାବାସ ପୋଲାଣ୍ଡକୁ ସ୍ଥାନାନ୍ତର
ନୂଆଦିଲ୍ଲୀ: ୟୁକ୍ରେନରେ ଥିବା ଭାରତୀୟ ଦୂତାବାସକୁ ଅସ୍ଥାୟୀ ଭାବେ ପୋଲାଣ୍ଡକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରୁଷର ଘନ ଘନ ଆକ୍ରମଣରେ ଦିନକୁ ଦିନ ୟୁକ୍ରେନର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛି ମନ୍ତ୍ରଣାଳୟ। ଦୂତାବାସ ଏଣିକି ପୋଲାଣ୍ଡରୁ ପରିଚାଳିତ ହେବ।
ପଶ୍ଚିମ ୟୁକ୍ରେନରେ ଲଗାତାର ଆକ୍ରମଣ ହେଉଛି। ସେଠାରେ ସ୍ଥିତି ଧିରେ ଧିରେ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ପୁନର୍ବାର ସ୍ଥିତିର ସମୀକ୍ଷା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
Comments are closed.