ଗଞ୍ଜାମ: ଗଞ୍ଜାମ ପଂଚାୟତ ସମିତିର ଅଧକ୍ଷl ପଦବୀ ପାଇଁ ଶନିବାର ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ଵତନ ବ୍ଲକ ଅଧକ୍ଷ ସୁରଥ ପାହାନଙ୍କ ପତ୍ନୀ ଶ୍ରମିଷ୍ଠା ପ୍ରଧାନ ମୋଟ ୧୦ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦୀ ଭାବେ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକଙ୍କ ପତ୍ନୀ ଦୀପାଳି ନାୟକ ୫ଟି ଭୋଟ ପାଇଛନ୍ତି।
ସୂଚନାଯୋଗ୍ୟ ଯେ ଗଞ୍ଜାମ ବ୍ଲକ ମୋଟ ୧୫ଟି ପଂଚାୟତକୁ ନେଇ ଗଠିତ। ମ୍ୟାଜିକ ସଂଖ୍ୟା ଠାରୁ ଅଧିକ ଗୋଟିଏ ଭୋଟ ପାଇ ପାଇ ବିଜେଡି ପାର୍ଥିନୀ ବିଜୟୀ ହୋଇଛନ୍ତି। ପୋଲସରା ବିଡ଼ିଓ ସୁରଞ୍ଜନ ସାହୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଏବଂ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ରହିଥିଲେ। ଏହି ବିଜୟୀ ପରେ ଗଞ୍ଜାମ ବ୍ଲକ ଅଧକ୍ଷା ସମେତ ଅନ୍ୟମାନେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ।



