କଟକ: ରୋଟାରୀ କ୍ଲବ କଟକ ମହାନଦୀର ଉଦ୍ୟମରେ ନରାଜର ଶବର ସାହି ଠାରେ ଏକ ପ୍ରୌଢ଼ଶିକ୍ଷା କେନ୍ଦ୍ର ଉଦଘାଟନ ହୋଇଯାଇଛି। କ୍ଲବର ସଭାପତି ରୋଟାରିଆନ ରାଜଲକ୍ଷ୍ମୀ ପାତ୍ର ଓ କ୍ଲବର ସଭ୍ୟମାନଙ୍କ ଉଦ୍ୟମରେ ଶବର ସାହିଠାରେ ଏହି କେନ୍ଦ୍ର ଖୋଲାଯିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଉଦଘାଟନ ଉତ୍ସବରେ ପୂର୍ବତନ ରୋଟାରୀ ଗଭର୍ଣ୍ଣର ସୌମ୍ୟରଞ୍ଜନ ମିଶ୍ର ଓ କ୍ଲବର ସହକାରୀ ଗଭର୍ଣ୍ଣର ଇଂ. କୃଷ୍ଣ କୁମାର ଦାସବର୍ମା ଅତିଥି ଭାବରେ ଯୋଗ ଦେଇ ଶିକ୍ଷାର୍ଥୀମାନଙ୍କୁ ସିଲଟ, ଖଡ଼ି ଓ ପୁସ୍ତକ ବଣ୍ଟନ କରିଥିଲେ। ଏଥିରେ କ୍ଲବର ପୂର୍ବତନ ସଭାପତି ନଟବର ପଣ୍ଡା, ସଞ୍ଜୟ ଛାପୋଲିଆ, ସେକ୍ରେଟାରୀ ଲଳିତ କୁମାର ରାଉତ, ସଂଯୁକ୍ତା ପାତ୍ର, ପ୍ରମିଳା ଦାସବର୍ମା, ସି .କେ ଭାଗ୍ୟଶ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକ ସୌମ୍ୟରଞ୍ଜନ ସାହୁ ସକ୍ରିୟ ସହଯୋଗ କରିଥିଲେ।
Popular Categories



